ବେଆଇନ ଭାବେ ଆମେରିକାରେ ପ୍ରବେଶ ପାଇଁ ଚେଷ୍ଟା କରି ୨ ଭାରତୀୟ ଗିରଫ

ନ୍ୟୁୟର୍କ : ଆମେରିକାରେ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରି ୨ ଜଣ ଭାରତୀୟ ନାଗରିକ ଗିରଫ ହୋଇଛନ୍ତି। ଆମେରିକା-ମେକ୍ସିକୋ ସୀମାର ଆରିଜୋନା ନିକଟରେ ଦୁଇ ଭାରତୀୟଙ୍କୁ ଆମେରିକା ପୁଲିସ୍‍ ଗିରଫ କରିଛି। ଭାରତୀୟ ଦ୍ୱୟ ବୁଧବାର ସନ୍ଧ୍ୟାରେ ବେଆଇନ ଭାବେ ମେକ୍ସିକୋ ପଟୁ ଆମେରିକାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।
ସୂଚନା ଅନୁସାରେ ଦୂର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କ ସହାୟତା ପାଇଁ ବୈଷୟିକ ଉପକରଣ ଲଗାଇବାକୁ ୨ ଭାରତୀୟଙ୍କୁ ଡକାଯାଇଥିଲା। ତେବେ ସୁଯୋଗ ପାଇ ସେମାନେ ଆମେରିକା ସୀମାକୁ ପ୍ରବେଶ କରିଥିଲେ। କିଛି ସମୟ ପରେ ଆମେରିକା ବର୍ଡର ପୁଲିସ୍‍ ପାଟ୍ରୋଲିଂ ଦଳର ଉଦ୍ଧାରକାରୀ ବାକୋନ ବାଜି ଉଠିଥିଲା। ପରେ ଆଜେ ବର୍ଡର ପାଟ୍ରୋଲ ଷ୍ଟେସନ ଆରିଜୋନା ବନ୍ଦର ଲୁକେଭିଲେଠାରୁ ଉତ୍ତର-ପଶ୍ଚିମରେ ପ୍ରାୟ ୧୪ କିଲୋମିଟର ଦୂରରେ ଉଭୟଙ୍କୁ ଉଦ୍ଧାର କରିଥିଲା। ଯାଞ୍ଚରୁ ଉଭୟ ଭାରତୀୟ ନାଗରିକ ବୋଲି ଜଣାପଡିଛନ୍ତି।

Comments are closed.