ମଧ୍ୟପ୍ରଦେଶରେ କୋଠା ଭୁଶୁଡି ୬ ଗୁରୁତର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଦେୱାସର ଲାଲ ଗେଟ୍ ଅଞ୍ଚଳ ନିକଟରେ ଦୁଇ ମହଲା କୋଠା ଭୁଶୁଡି ପଡିଛି। ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି।


ଦେୱାସର କୋଟୱାଲି ଷ୍ଟେସନ ରୋଡରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଏକ ମ୍ୟୁନିସିପାଲିଟି ଟିମ୍ ଏବଂ ପୁଲିସ ଫୋର୍ସ ଉପସ୍ଥିତ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଜେସିବି ନିୟୋଜିତ ରହିଛି। ସୂଚନା ଅନୁଯାୟୀ, ସେଠାରେ ଚାରି ଭାଇଙ୍କ ପରିବାର ରହୁଥିଲେ।

Comments are closed.