ଲୁହାରଡ୍‌ରେ ପିଟି ପିଟି ମାଆକୁ ମାରିଦେଲେ ୨ ପୁଅ

ଭୁବନେଶ୍ବର : ଲୁହାରଡ୍‌ରେ ପିଟି ପିଟି ଦୁଇ ପୁଅ ମାଆକୁ ମାରିଦେଇଛନ୍ତି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଘଟିଛି ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ। ତେବେ ଦୁଇ ପୁଅ ନାବାଳକ ହୋଇଥିବାବେଳେ ସେମାନଙ୍କ ବୟସ ପାଖାପାଖି ୧୫ ଓ ୧୨ ବର୍ଷ ବୋଲି ସୂଚନା ରହିଛି। ନିଶାଗ୍ରସ୍ତ ହୋଇ ୨ ପୁଅ ମାଆକୁ ହତ୍ୟା କରିଥିବା ପୁଲିସ ‌ ସୂଚନା ଦେଇଛି ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ୨ ପୁଅକୁ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରିଛି । ମୃତ ମହିଳାଙ୍କ ନାମ ବିନୋଦିନୀ ମିଶ୍ର । ତାଙ୍କ ଘର ଓଲଡ ଟାଉନ୍‌ରେ ହୋଇଥିବାବେଳେ ସେ କିଛି ମାସ ଧରି ଦୁଇ ପୁଅଙ୍କ ସହ ଏହି ଆପାର୍ଟମେଣ୍ଟରେ ରହୁଥିଲେ । ତେବେ ଦୁଇ ନାବାଳକ ପୁଅ କାହିଁକି ଓ କେଉଁ ପରିସ୍ଥିତିରେ ପଡି ଏପରି କାଣ୍ଡ ଘଟାଇଛନ୍ତି ତାହା ଜଣାପଡିନାହିଁ । ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Comments are closed.