ନଦୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ସାଲେପୁର : ଖୁଦୁରୁକୁଣୀ ଓଷା ପାଇଁ ନଦୀକୂଳକୁ ଫୁଲ ତୋଳିବାକୁ ଯାଇଥିବା ସମୟରେ ଦୁଇ ଭଉଣୀ ନଦୀରେ ବୁଡ଼ି  ପ୍ରାଣ ହରାଇଛନ୍ତି ।  ରବିବାର ସକାଳେ କିଶନନଗର ଥାନା ବାବୁଜଙ୍ଗ ସଫିପୁର ଗ୍ରାମରେ ଏଭଳି ଅଘଟଣ ଘଟିଛି । ତିନି ଭଉଣୀ ଖୁଦୁରୁକୁଣୀ ଓଷା ପାଇଁ ସୁକପାଇକା ନଦୀକୂଳକୁ ଫୁଲତୋଳିବାକୁ ଯାଇଥିଲେ । ଫୁଲ ତୋଳିବା ସମୟରେ ଦୁଇ ଭଉଣୀଙ୍କର ହଠାତ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ିଯାଇଥିଲେ । ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ବଡ଼ ଭଉଣୀ ବୟସ ୧୭ ବର୍ଷ ହୋଇଥିବା ବୋଳେ  ସାନ ଭଉଣୀ ବୟସ ୧୬ ବର୍ଷ  ।

Comments are closed.