ସମୁଦ୍ର ମଝିରେ ଜାହାଜରେ ନିଆଁ; ୧୧ ମୃତ ଆଶଙ୍କା

0

ରୁଷିଆ: ରୁଷିଆରୁ କ୍ରିମିଆକୁ ଅଲଗା କରୁଥିବା କେର୍ଚ ଷ୍ଟ୍ରେଟ୍‌ର ଗଭୀର ସମୁଦ୍ରରେ ଦୁଇଟି ଜାହାଜରେ ନିଆଁ ଲାଗି୧୧ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଭାରତ, ତୁର୍କୀ ଏବଂ ଲିବିୟାର ନାଗରିକ ରହିଥିଲେ । ଏହି ଅଗ୍ନିକାଣ୍ଡ ରୁଷିଆ ସୀମା ନିକଟରେ ସୋମବାର ଘଟିଥିଲା। ଏହି ଦୁଇଟି ଜାହଜରେ ତାଞ୍ଜିନିଆର ପତାକା ଉଡୁଥିବା ଦେଖାଯାଇଛି । ଏଥିମଧ୍ୟରୁ ଗୋଟିଏ ଜାହାଜ ତରଳିକୃତ ପ୍ରାକୃତିକ ଗ୍ୟାସ ନେଇ ଯାଉଥିବା ବେଳେ ଅନ୍ୟଟି ତୈଳ ଟ୍ୟାଙ୍କର ଥିଲା । ଉଭୟ ପରସ୍ପର ମଧ୍ୟରେ ତୈଳବିନିମୟ କରୁଥିବା ବେଳେ ହଠାତ ଦୁଇଟି ଜାହାଜରେ ନିଆଁ ଲାଗି ଯାଇଥିଲା।

ଏହି ଦୁଇଟି ଜାହାଜ ମଧ୍ୟରୁ କାଣ୍ଡି ନାମକ ଜାହାଜରେ ୧୭ ଜଣ ଚାଳକ ସଦସ୍ୟ ରହିଥିବା ବେଳେ ୯ ଜଣ ତୁର୍କୀର ଏବଂ ୮ ଜଣ ଭାରତୀୟ ନାବିକ ଜଣାପଡିଛି । ମାଷ୍ଟ୍ରେଓ ନାମକ ଅନ୍ୟ ଏକ ଜାହାଜରେ ୭ ଜଣ ତୁର୍କୀ ନାଗରିକ, ୭ ଜଣ ଭାରତୀୟ ଓ ଜଣେ ଲିବ୍ୟାର ନାଗରିକ ସମେତ ମୋଟ ୧୫ ଜଣ ନାବିକ ଥିବା ସୂଚନା ମିଳିଛି ।

ରୁଷିଆର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଥମେ ଗୋଟିଏ ଜାହାଜରେ ବିସ୍ଫୋରଣ ଘଟିବା ପରେ ନିଆଁ ଅନ୍ୟ ଜାହାଜକୁ ବ୍ୟାପିଥିଲା। ଅନେକ ନାବିକ ଜାହାଜରୁ ଡେଇଁ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଏବେ ବି ନିଖୋଜ ଅଛନ୍ତି । ୧୧ ଜଣ ନାବିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

Leave A Reply