ପୁଣି ବାଗଦାଦରେ ରକେଟ୍ ମାଡ : ଟାଗେର୍ଟରେ ଥିଲା ଆମେରିକା ଦୂତବାସ

ବାଗଦାଦ: ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନରେ ସୋମବାର ଦୁଇଟି ରକେଟ ମାଡ ହୋଇଛି। ବାଗଦାଦରେ ଥିବା ଆମେରିକା ଦୂତାବାସ କେନ୍ଦ୍ରକୁ ଟାଗେର୍ଟ କରାଯାଇ ରକେଟ ମାଡ କରାଯାଇଥିବା ଜଣାପଡିଛି। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ବାଗଦାଦର ସୁରକ୍ଷିତ ସ୍ଥାନ କୁହାଯାଉଥିବା ଗ୍ରୀନ ଜୋନରେ ଅନେକ ଦେଶର ଦୂତାବାସ କେନ୍ଦ୍ର ରହିଛି। ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ରହିଥାଏ। କିନ୍ତୁ ୨୦୧୯ ଆକ୍ଟୋବର ପରେ ସେହି ଅଞ୍ଚଳରେ ଅନେକ ଥର ରକେଡ ମାଡ ହୋଇଛି।

Comments are closed.