ପିକ୍‌ଅପ୍ ଗାଡି ଦୁର୍ଘଟଣାରେ ୨ ଆହତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ହାଇସ୍କୁଲ ନିକଟରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ବୋଲେରୋ ପିକଅପ୍ ଗାଡି ଗଛରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ଗାଡି ଚାଳକ ସହିତ ପାଖରେ ଥିବା ଏକ ଅଟୋ ଗ୍ୟାରେଜ ମ୍ୟାକେନିକ୍ ଆହତ ହୋଇଥିବା ଜଣାପଡିଛି। ସୂଚନା ମତେ ଆଜି ଅପରାହ୍ନ ସମୟରେ ଭୁବନେଶ୍ୱରରୁ ଟମୋଟା ଆଣିବା ପାଇଁ ଏକ ବୋଲେରୋ ପିକଅପ ଗାଡି ବଲାଙ୍ଗିର ଯାଉଥିଲା। ଏହି ସମୟରେ ଚାରିଛକ ହାଇସ୍କୁଲ ନିକଟରେଥିବା ଏକ ଅଟୋ ଗ୍ୟାରେଜ ନିକଟରେ ଗାଡି ଚାଳକଙ୍କ ଆଖି ଲାଗି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣପାର୍ଶ୍ବକୁ ଖସି ଏକ ଗଛରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡି ଡ୍ରାଇଭର ଅଶୋକ ଖୋସେଲ(୩୧) ସମେତ ପାଖରେଥିବା ଏକ ଅଟୋ ଗ୍ୟାରେଜ ମେକାନିକ ଅକ୍ଷୟ ପୋଢ(୨୪)ସାମାନ୍ୟ ଆହାତ ହୋଇଥିଲେ। ଉଭୟଙ୍କୁ  ଚିକିତ୍ସା ପାଇଁ ପୁରୁଣାକଟକ ମେଡିକାଲ ନିଆଯାଇଥିଲା। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

Comments are closed.