ଜଙ୍ଗଲ ପୋଡ଼ି ଓ ପଟା ଚୋରି ଅଭିଯୋଗ ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲାରେ ଏବେ ମଧ୍ୟ ଜଳୁଛି ଜଙ୍ଗଲ। ତେବେ ଦିନକୁ ଦିନ ଜଙ୍ଗଲ ପୋଡି ଅଭିଯୋଗରେ ଗିରଫ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଜି ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର କରଡ଼ା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ପୋଡି ଓ ପଟାକାଠ ଚୋରି ଅଭିଯୋଗରେ ୨ ଜଣକୁ ଗିରଫ କରାଯାଇଛି।

ଖବର ପ୍ରକାରେ ଶୁକ୍ରବାର ପ୍ରାୟ ୧୨ଟା ସମୟରେ ବଡବାରବା ଜଙ୍ଗଲରୁ କନାଡ଼ି ଗ୍ରାମର  ସୁଦାମ ପ୍ରଧାନ ଓ କାଳିଆ ନାୟକ ବାରବା ଜଙ୍ଗଲରେ ନିଆଁ ଲଗାଇବା ଏବଂ ପଟାପାଇଁ ଗଛକାଯି ଚୋରି କରୁଥିବା ବେଳେ ବନବିଭାଗର ଫରେଷ୍ଟର ଅଜିତ୍ କୁମାର ପ୍ରଧାନ ଓ ଫରେଷ୍ଟ୍ରଗାର୍ଡ ରାଜେନ୍ଦ୍ର କହଁରଙ୍କ ହାବୁଡ଼ରେ ପଇଥିଲେ। ସେମାନଙ୍କ ଠାରୁ ଦିଆସିଲି , ପଟାକାଠ ସହିତ କୁରାଡ଼ି ଜବତ କରାଯାଇ ଦୁଇଟି ମାମଲା କରାଯିବା ସହିତ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।  ଦୁଇଦିନ ପୂର୍ବରୁ ସେହି ଅଞ୍ଚଳରେ ଜଣେ ମହିଳାଙ୍କୁ ମଧ୍ୟ ଜଙ୍ଗଲ ପୋଡ଼ି ଅଭିଯୋଗରେ ଗିରଫ କରାଯାଇଥିଲା।

Comments are closed.