ବାଲେଶ୍ଵର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଦୁଇ ନର୍ସଙ୍କୁ କରୋନା

ବାଲେଶ୍ଵର : ବାଲେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଦୁଇ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏନେଇ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ୨ ନର୍ସ ବର୍ତ୍ତମାନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨ ନର୍ସଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ହସ୍ପିଟାଲ୍‌ର ଅନ୍ୟ କର୍ମଚାରୀମାନେ ପର୍ଯ୍ୟାୟକ୍ରମେ କ୍ୱାରେଣ୍ଟିନ୍‌ରେ ରହୁଛନ୍ତି। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ୧୪ ଦିନ ଲେଖାଏ କ୍ୱାରେଣ୍ଟିନ୍‌ରେ ରହୁଛନ୍ତି।

Comments are closed.