ବଜାରକୁ ଆସିବ ଟାଟା ମୋଟର୍ସର ଦୁଇ ନୂଆ ମଡେଲ କାର

0

ନୂଆଦିଲ୍ଲୀ : ଭାରତୀୟ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ନିଜର ଦୁଇ ନୂଆ ମଡେଲ କାର୍‍ର ଶୁକ୍ରବାର ବଜାର ପ୍ରବେଶ କରାଇବ। ‘ଟିଆଗୋ ଜେଟିପି’ ଓ ‘ଟିଗୋର ଜେଟିପି’ ନାମକ ଦୁଇ ନୂଆ ମଡେଲ କାରରେ ବହୁ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ଏହି କାରର ବଜାର ପ୍ରବେଶ ମାଧ୍ୟମରେ କମ୍ପାନୀ ଯୁବପିଢୀ ମାନଙ୍କୁ ଆକୃଷ୍ଠ କରୁଥିବା କମ୍ପାନୀ ସୂଚନା ଦେଇଛି। କମ୍ପାନୀ କାର୍‍ରେ ସ୍ପୋର୍ଟସ୍‍ ବମ୍ପର, ବଡ ଏୟର ଇଣ୍ଟକର୍ସ, ନୂଆ ଫଗ ଲେମ୍ପ ହାଉସିଂ, କଳା ରଙ୍ଗର ହେଡଲ୍ୟାମ୍ପ ଆଦି ସୁବିଧା ରହିଛି। କାରର ଇଞ୍ଜିନର କୌଣସି ସୂଚନା ମିଳିପାରିନାହିଁ। କାରରେ ୬ସ୍ପିଡ ଗିୟରବକ୍ସ ଥିବା ଜଣାପଡିଛି। ଏହାର ମୂଲ୍ୟ ୬ଲକ୍ଷ ଟଙ୍କା ପାଖାପାଖି ରହିବ ବୋଲି ଯୋଜନା ରହିଛି। ଏହି କାର ବଜାରରେ ଫୋର୍ଡ, ମାରୁତି ଭଳି କମ୍ପାନୀ ସହ ପ୍ରତିଯୋଗିତା କରିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

Leave A Reply