ଖୁବ ଶୀଘ୍ର ବଜାର ପ୍ରବେଶ କରିବ ଆସସର ଦୁଇ ନୂତନ ସ୍ମାର୍ଟଫୋନ- ରଗ୍ ଫୋନ୍- ୩, ଜେନଫୋନ୍ – ୭

ନୂଆଦିଲ୍ଲୀ : ତାଇୱାନର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆସସ୍ ଗତ କିଛି ମାସ ଧରି କୌଣସି ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରି ନାହିଁ। କିନ୍ତୁ ବର୍ତ୍ତମାନ କମ୍ପାନୀ ଜୁଲାଇରେ ଦୁଇଟି ନୂତନ ସ୍ମାର୍ଟଫୋନ୍ ରଗ୍ ଫୋନ୍- ୩ ଏବଂ ଜେନଫୋନ୍ – ୭ ଲଞ୍ଚ କରିବା ବୋଲି ଜଣାପଡ଼ିଛି । କମର୍ସିଆଲ ଟାଇମ୍ସର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି । ତେବେ କମ୍ପାନୀ ପକ୍ଷରୁ ଏହି ଦୁଇ ସ୍ମାର୍ଟଫୋନର ଲଞ୍ଚ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ରିପୋର୍ଟ ଅନୁଯାୟୀ, ଆସସ୍ ରଗ ଫୋନ୍-୩ଏବଂ ଜେନଫୋନ୍- ୭ ସ୍ମାର୍ଟଫୋନ୍ ବଜାରରେ ବିଶେଷ ଫିଚର ସହିତ ଲଞ୍ଚ କରିବ। ଆହୁରି ମଧ୍ୟ, ଉପଭୋକ୍ତାମାନେ ଉଭୟ ମୋବାଇଲରେ ୫ଜି ସଂଯୋଗ ପାଇପାରିବେ। ଏହି ରିପୋର୍ଟ ଆସିବା ପୂର୍ବରୁ, ରୋଗ୍ ଫୋନ୍ -୩ ସାର୍ଟିଫିକେଟ୍ ସାଇଟରେ ଏହା ଦେଖିବାକୁ ମିଳିଥିଲା ।

କମ୍ପାନୀ ‘ରଗ ଫୋନ୍ -୩’ ସ୍ମାର୍ଟଫୋନରେ ୮ଜିବି ରାମ ଓ ୧୨୮ ଜିବିର ଷ୍ଟୋରେଜ୍ ଦେଇଥିବା ଜଣାପଡ଼ିଛି। ଏହା ସହିତ ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ ୮୬୫ ଚିପସେଟ, ୬,୦୦୦ ଏମଏଚର ଜବରଦସ୍ତ ବ୍ୟାଟେରୀ, ଏଚଡି ପ୍ଲସ୍ ଡିସପ୍ଲେ ଏବଂ ୪୮ ମେଗାପିକ୍ସେଲ କ୍ୟାମେରା ପାଇପାରିବ । ଆହୁରି ଅନେକ ଫିଚର ମଧ୍ୟ ଦିଆଯାଇଛି କିନ୍ତୁ ସେ ବିଷୟରେ ଏପର୍ଯ୍ୟନ୍ତ ସୂଚନା ଉପଲବ୍ଧ ନାହିଁ ।

ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହି ସ୍ମାର୍ଟଫୋନର ମୂଲ୍ୟକୁ ପ୍ରିମିୟମ ରେଞ୍ଜରେ ରଖିବ। ତେବେ, ଏହି ଫୋନର ପ୍ରକୃତ ମୂଲ୍ୟ ଏବଂ ଫିଚର ବିଷୟରେ ସୂଚନା କେବଳ ଲଞ୍ଚ କାର୍ଯ୍ୟକ୍ରମରେ ପରେ ଉପଲବ୍ଧ ହେବ।

ଆସସ୍ ଅଗ୍ରଣୀ ଜେନଫୋନ୍ – ୭ ସ୍ମାର୍ଟଫୋନର ଫିଚର ଏବଂ ମୂଲ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କମ୍ପାନୀ ଏହା ପୂର୍ବରୁ ଭାରତ ସମେତ ଅନେକ ଦେଶରେ ଜେନଫୋନ ୬- ଜେଡ ଲଞ୍ଚ କରିଥିଲା।

Comments are closed.