ସୁକମାରେ ଏନକାଉଣ୍ଟର : ୨ ନକ୍ସଲ ନିପାତ

ସୁକମା : ନକ୍ସଲ ପ୍ରଭାବିତ ଅଞ୍ଚଳ ଛତିଶଗଡର ସୁକମାରେ ସୁରକ୍ଷାବାହିନୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା ଥିଲା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟର ଶୁକ୍ରବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ମାନକପାଲ ଗାଁର ଜଙ୍ଗଲରେ ହୋଇଥିଲା। ନକ୍ସଲମାନେ ସେହି ଅଞ୍ଚଳରେ ଲୁଚି ରହିଥିବା ଜଣାପଡିଥିବା ପରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା।

କିଛି ଦିନ ଡାନ୍ତେୱାଡା ଠାରେ ମଧ୍ୟ ଏକ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମୁଣ୍ଡ ଉପରେ ମଧ୍ୟ ପୁରସ୍କାର ରାଶି ଘୋଷଣା ଥିଲା।

Comments are closed.