ପୁଲୱାମା ଆକ୍ରମଣରେ ଅନ୍-ଲାଇନ୍‌ ରେ କିଣା ଯାଇଥିଲା ବିସ୍ଫୋରକ ସାମଗ୍ରୀ : ଅନ୍ୟ ୨ ଗିରଫ

ନୂଆଦିଲ୍ଲୀ : ଗତ ବର୍ଷ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୁଲିସ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି। ଶ୍ରୀନଗରର ବାଗ-ଇ-ମେହେଟାବ ଅଞ୍ଚଳର ୱାଜିର-ଉଲ-ଇସଲାମ (୧୯) ଏବଂ ପୁଲୱାମାର ହାକାରିପୁରା ଗାଁର ମହମ୍ମଦ ଅବ୍ବାସ (୩୨)କୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଗିରଫ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଏହି ମାମଲାରେ ବାପା- ଝିଅ ଏବଂ ଆତ୍ମଘାତୀ ବିସ୍ଫୋରଣର ଅନ୍ୟ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଜୈଶ-ଏ-ମୋହମ୍ମଦ ପାକିସ୍ତାନୀ ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ଇସଲାମ ବିସ୍ଫୋରଣ ପାଇଁ ରାସାୟନିକ ପଦାର୍ଥ, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ନିଜ ସପିଂ ଆକାଉଣ୍ଟରୁ କିଣିଥିଲେ ବୋଲି ପ୍ରାରମ୍ଭିକ ପଚରାଉଚରା ସ୍ବୀକାର କରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁଲୱାମା ଆକ୍ରମଣର ଷଡଯନ୍ତ୍ରରେ ବ୍ୟବହାର ହୋଇଥିବା ବିସ୍ଫୋରକ ସାମଗ୍ରୀକୁ ଅନ୍ ଲାଇନ୍ ମାଧ୍ୟମରେ କିଣି ଇସଲାମ ଜୈଶ-ଏ-ମୋହମ୍ମଦ ନିକଟରେ ପହଞ୍ଚାଇଥିଲା।

Comments are closed.