ରାଜ୍ୟ​‌ରେ ଆଉ ଦୁଇ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ଵର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଗଞ୍ଜାମ ଜିଲାର ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ମୃତ ବ୍ୟକ୍ତି ସୁରତରୁ ଫେରିଥିଲେ । ସେମାନଙ୍କ ବୟସ ଯଥାକ୍ରମେ ୩୮ ବର୍ଷ ଓ ୪୫ ବର୍ଷ ବୋଲି ରାଜ୍ୟ ସ୍ବସ୍ଥ୍ୟ ବିଭାଗ ସୂଚନା ଦେଇଛି । ପୂର୍ବରୁ ମଧ୍ୟ ଗଞ୍ଜମଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ଗଞ୍ଜାମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.