ସହିଦ ଯବାନଙ୍କ ପାଇଁ ଶନିବାର ୨ମିନିଟ୍ ନିରବ ପ୍ରାର୍ଥନା

0

ଭୁବନେଶ୍ବର : ଜାମ୍ମୁ-କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ଶନିବାର ସାରା ରାଜ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯିବ । ମୁଖ୍ୟମନ୍ତ୍ରୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୁରୋଧ କରିଛନ୍ତି । ଦିନ ୧୧ଟାରେ ରାଜ୍ୟର ସମସ୍ତ ସ୍କୁଲରେ ୨ମିନିଟ ନୀରବ ପ୍ରାର୍ଥନା କରାଯିବ।

ସୂଚନା ଯୋଗ୍ୟ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଗୁରୁବାର ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪୪ ଜଣ ଯବାନ ସହିଦ ହେବା ସହ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡିଆ ଯବାନ ଥିବା ଜଣାପଡିଛି। ଏହି ଦୁଇ ବୀର ଜଣ ଯବାନ ହେଲେ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରା। ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲା ନାଉଗାଁ ଓ ମନୋଜ କୁମାର ବେହେରାଙ୍କ ଘର କଟକ ଜିଲା ନିଆଳି ରତନପୁରର ବୋଲି ଜଣାପଡିଛି।

Leave A Reply