ଦକ୍ଷିଣ କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା : ଦୁଇ ଆତଙ୍କବାଦୀ ଗିରଫ

ଜାମ୍ମୁ କାଶ୍ମୀର : ଦକ୍ଷିଣ କାଶ୍ମୀରର ବନପୋହ ଅଞ୍ଚଳରେ ଶନିବାର ସୁରକ୍ଷା କର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଠାରେ ସୁରକ୍ଷା କର୍ମୀମାନେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି।
ସୂଚନା ଅନୁସାରେ, ଉକ୍ତ ସ୍ତାନରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷା କର୍ମୀଙ୍କୁ ସୂଚନା ମିଳିଥିଲା। ସୂଚନା ଆଧାରରେ ସେନା ଓ ପୁଲିସ ପକ୍ଷରୁ ମିଳିତ ଭାବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ପରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଅଞ୍ଚଳରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ଜଣ ଆତଙ୍କବାଦୀ ଶୋପିଆରେ ହୋଇଥିବା ଟ୍ରକ ଚାଳକର ହତ୍ୟାରେ ସାମିଲ ଥିଲେ।

Comments are closed.