ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ବିଦ୍ୟୁତ୍‍ ଖୁଣ୍ଟରେ ବାନ୍ଧି ପିଟିଲେ

0

ଗାଜିଆବାଦ : ଚୋରି ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ବିଦ୍ୟୁତ୍‍ ଖୁଣ୍ଟରେ ବାନ୍ଧି ନିର୍ଧୁମ ପିଟିବା ଅଭିଯୋଗରେ ଗାଜିଆବାଦ ଖୁସାଲ କଲୋନିର ଦୁଇ ଜଣଙ୍କୁ ପୁଲିସ୍‍ ଗୁରୁବାର ଗିରଫ କରିଛି। ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ପୁଲିସ୍‍ କହିବା ଅନୁସାରେ ସ୍ଥାନୀୟ ଅଞ୍ଚଳର ଆସିଫ (୧୯) ଏବଂ ଇକବାଲ (୨୦)ଙ୍କୁ ଚୋରି ସନ୍ଦେହରେ ଖୁସାଲ କଲୋନିର କେତେକ ଲୋକ ଏକ ବିଦ୍ୟୁତ୍‍ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ। ଦୁଇ ଯୁବକଙ୍କୁ ବେଲ୍ଟରେ ପିଟିବା ସହ ମୁଥା ଓ ଗୋଇଠା ମାରିଥିଲେ। ଏହି ଘଟଣାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ୍‍ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ଘଟଣାରେ ପୁଲିସ୍‍ ଧୀରଜ ତ୍ରିପାଠୀ ଏବଂ ଦିବ୍ୟାଂଶ ରାଠୋର ନାମକ ଦୁଇ ଜଣଙ୍କୁ ଗିରଫ କରିଛି। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଚୋରି ନେଇ ଆସିଫ ଏବଂ ଇକବାଲଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି।
ଦୁଇ ଯୁବକ ଖୁସାଲ କଲୋନିର ରାକେଶ ମିଶ୍ରା ଏବଂ ରିଆଜଙ୍କ ଘରୁ ଟଙ୍କା ଓ ମୋବାଇଲ ଫୋନ୍‍ ଚୋରି କରି ନେଇ ଛାତରେ ଶୋଇପଡ଼ିଥିଲେ। ଭୋର ପ୍ରାୟ ୩ଟା ବେଳେ ଚୋରି ନେଇ ହୋହଲ୍ଲା ପରେ ସେମାନେ ଫେରାର ହେବାକୁ ଚେଷ୍ଟା କରି ଲୋକଙ୍କ ହାତରେ ଧରାପଡ଼ିଥିଲେ।

Leave A Reply