କାୱାସାକିରେ ଛୁରାମାଡ଼: ୨ମୃତ, ୧୭ ଆହତ

ଟୋକିଓ,୨୮ା୫: ଜାପାନର ପ୍ରସିଦ୍ଧ ସହର କାୱାସାକିର ଏକ ବସ୍‌ଷ୍ଟପ୍‌ରେ ଦୁର୍ବୃତ୍ତଙ୍କ ଆଖିବୁଜା ଛୁରାମାଡ଼ରେ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ୧୭ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସର୍ବାଧିକ ଶିଶୁ ରହିଥିବା ପ୍ରକାଶ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟାରେ ଜଣେ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିଲା ଓ ସେ ବିଶେଷ ଭାବେ ସ୍କୁଲ ପିଲାଙ୍କୁ ଆକ୍ରମଣ କରିବା ପରେ ନିଜ ଦେହରେ ଛୁରି ଭୁସିଥିଲା ବୋଲି ପୁଲିସ କହିଛି। ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖିଛି। ଘଟଣାସ୍ଥଳରୁ ଦୁଇଟି ଛୁରି ଜବତ କରାଯାଇଛି। ସେ ଏପରି ଆକ୍ରମଣ କରିବାର କାରଣ ସ୍ପଷ୍ଟ ହୋଇ ନାହିଁ। ଜାପାନରେ ହିଂସାକାଣ୍ଡ ବିରଳ ହୋଇଥିବାବେଳେ ଏଭଳି ଘଟଣା ବିରଳତମ ବୋଲି ପୁଲିସ ଦର୍ଶାଇଛି। ୨୦୧୮ରେ ଏଭଳି ଏକ ଘଟଣାରେ ଜଣକର ମୃତ୍ୟୁ ହୋଇଥିଲାବେଳେ ୨୦୧୬ରେ ଜଣେ ଦୁର୍ବୃତ୍ତର ଛୁରାମାଡ଼ରେ ୧୯ଜଣ ଦିବ୍ୟାଙ୍ଗ ପ୍ରାଣ ହରାଇଥିଲେ।

Comments are closed.