ଇଂଲଣ୍ଡ ଟାଟା ଇସ୍ପାତ କାରଖାନାରେ ବିସ୍ଫୋରଣ; ୨ ଗୁରୁତର

ଲଣ୍ଡନ : ବ୍ରିଟେନ୍‌ର ସର୍ବବୃହତ୍‌ ଇସ୍ପାତ କାରଖାନା, ସାଉଥ୍‌ ୱେଲ୍ସସ୍ଥିତ ପୋର୍ଟ ଟାଲବଟଠାରେ ଥିବା ଟାଟା ଇସ୍ପାତ କାରଖାନାରେ ଗୁରୁବାର ରାତିରେ ତିନିଟି ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଜରୁରୀକାଳୀନ ପଦକ୍ଷେପ ଯୋଗୁଁ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି ବୋଲି ସ୍ଥାନୀୟ ପୁଲିସ ତଥା କାରଖାନା କର୍ତ୍ତୃପକ୍ଷ କହିଛନ୍ତି। ଗରମ ଲୁହା ପରିବହନରୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଥିବାବେଳେ ଏହାର ତଦନ୍ତ କରାଯାଉଛି।

Comments are closed.