ପୁଣେ ମିଲିଟାରୀ ଇଞ୍ଜିନିୟରିଂ କଲେଜରେ ଅଘଟଣ: ଅଭ୍ୟାସ ବେଳେ ୨ ଯବାନଙ୍କ ପ୍ରାଣହାନି

ପୁଣେ: ମହାରାଷ୍ଟ୍ର ପୁଣେରେ ଥିବା ମିଲିଟାରୀ ଇଞ୍ଜିନିୟରିଂ କଲେଜରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂଚନା ଅନୁଯାୟୀ, ମିଲିଟାରୀ ଇଞ୍ଜିନିୟରିଂ କଲେଜରେ ଅଭ୍ୟାସ ବେଳେ ଦୁଇ ଜଣ ଯବାନଙ୍କ ପ୍ରାଣହାନି ଘଟିଛି। ଏହା ସହ ଅନ୍ୟ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଜେସିଓ ରାଙ୍କ୍ ର ଅଧିକାରୀ ରହିଥିବା ଜଣାପଡିଛି। ଖବର ଲେଖା ହେଲା ବେଳକୁ ଏନେଇ ଅଧିକ ଖବର ହସ୍ତଗତ ହୋଇପାରି ନଥିଲା।

Comments
Loading...