ଧରାପଡିଲା ଚୋରା ବାଲି ଚାଲାଣ କରୁଥିବା ଦୁଇ ହାଇୱା, ୭୦ ହଜାର ଜୋରିମାନା

ରେଙ୍ଗାଲିକ୍ୟାମ୍ପ : ବହୁ ଦିନରୁ ବାଲି ମାଫିଆଙ୍କ ଦୋରତ୍ମ୍ୟ ବଢ଼ି ଚାଲିଥିବାବେଳେ ଅତାବିରା ଅଞ୍ଚଳବାସୀଙ୍କ ନିଦ ହଜେଇ ଦେଇଥିଲେ। ରାତି ହେବା ସହ ଏହି ବାଲି ମାଫିଆଙ୍କ ବ୍ୟବସାୟ ଆରମ୍ଭ  ହୋଇଯାଏ।ବଡ ବଡ ହାଇୱା , ଦଶ ଚକିଆ,ବାର ଚକିଆ ଗାଡ଼ି ଗଳି କନ୍ଦି ମାନଙ୍କରେ ଯିବା ଆସିବା କରିଥାଏ। ଏହି ରାତ୍ରିଚର ବ୍ୟବସାୟୀ ମାନଙ୍କୁ ଦିନବେଳା ଦେଖିବାକୁ ମିଳେନାହିଁ କିନ୍ତୁ ରାତି ହେବା କ୍ଷଣି ଆରମ୍ଭ ହୋଇଯାଇଥାଏ ଚୋରା ବାଲି ଆଉ ମାଟି ଚାଲାଣ। ଏହାକୁ ନେଇ ଅନେକ ଥର ଖବର କାଗଜରେ ମଧ୍ୟ ପ୍ରକାଶିତ ହୋଇଥିଲା। ହେଲେ ପ୍ରଶାସନ ନୀରବ ଦ୍ରଷ୍ଟା ସଜିଲା ପରି ନିଷ୍କ୍ରିୟ ହୋଇ ରହିଥିଲା। କିନ୍ତୁ ବହୁ ଦିନ ପରେ ଆଜି ପ୍ରଶାସନର ନିଦ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଗତ ରାତିରେ ତୁରୁମ୍ ପଟରୁ ଗୋଡଭଗା ପଟକୁ ଆସୁଥିବା ଚୋରା ବାଲି ବୋଝେଇ ଦୁଇ ହାଇୱା ଗାଡି ଗଡ଼ତିଆପାଲି ଛକରେ ଧରା ପଡ଼ିଥିଲା। ଗୋଡ଼ଭଗା ଫାଣ୍ଡି ଅଧିକାରୀ ବାଲୁଙ୍କେଶ୍ୱର ନାଏକ ଓ ଅତାବିରା ତହସିଲଦାର ଦୁର୍ୟ୍ୟୋଧନ ଭୋଇ ସଦଳବଳ ପହଞ୍ଚି ଉକ୍ତ ଗାଡିକୁ ଜବତ କରିବା ସହ ୭୦ହଜାର ଟଙ୍କା ଜୋରିମାନା କରାଯାଇଥିଲା। ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି। ତେବେ ଏହି ଚୋରି କରୁଥିବା ବାଲି ମାଫିଆଙ୍କ ପ୍ରତି ପୁଲିସ ଓ ପ୍ରଶାସନ ଆଗାମୀ ଦିନରେ କି ପଦକ୍ଷେପ ନେବେ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଆଗାମୀ ଦିନରେ ବାଲି ମାଫିଆଙ୍କ ରାଜୁତି ବନ୍ଦ ହେଉଛି ନା ପୁଣି ସକ୍ରିୟ ରୂପ ନେଉଛି ତାହା ଦେଖିବା ବାକି ରହିଲା।

Comments are closed.