ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାଇ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‍ ଶୁକ୍ରବାର ସକାଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାଇ ସଲମାନ ଓରଫ ମୁନ୍ନା ଏବଂ ନଜିମଙ୍କୁ ଗିରଫ କରିଛି।
ଦିଲ୍ଲୀର ନୂଆ ସଲିମପୁର ଅଞ୍ଚଳରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ଲୁଚି ରହିଥିବା ପୁଲିସ୍‍କୁ ସୂଚନା ମିଳିଥିଲା। ପୁଲିସ୍‍ ସେଠାରେ ପହଞ୍ଚି ଦୁଇ ଭାଇଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲେ। ଖସିଯିବାକୁ ଉଦ୍ୟମ କରି ସେମାନେ ପୁଲିସ୍‍ ଉପରକୁ ଗୁଳି ଚଳାଇଥିଲେ। ପୁଲିସ୍‍ର ଜବାବୀ କାର୍ଯ୍ୟାନୁଷ୍ଠାନରେ ସଲମାନ ଗୋଡ଼ରେ ଗୁଳି ବାଜିଥିଲା। ପରେ ପୁଲିସ୍‍ ଉଭୟଙ୍କୁ କାବୁ କରିବାରେ ସଫଳ ହୋଇଥିଲା।
ପୁଲିସ୍‍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ଅନେକ ଅପରାଧିକ ମାମଲାରେ ଲିପ୍ତ ଅଛନ୍ତି। ତିନି ମାସ ପୂର୍ବରୁ ଦୁଇ ଭାଇ ନିଜ ଗ୍ୟାଙ୍ଗ ସଦସ୍ୟଙ୍କ ସହ ମିଶି ପ୍ରତିପକ୍ଷ ଗ୍ୟାଙ୍ଗର ୨ ଜଣଙ୍କୁ ହତ୍ୟା କରିଥିଲେ। ମାର୍ଚ୍ଚରେ ସଲମାନ ଏବଂ ନଜିମ ଉସ୍ମାନପୁର ଅଞ୍ଚଳର ହକିମୁଦ୍ଦିନ ଏବଂ ଅପ୍ରେଲରେ କୃଷ୍ଣାନଗର ଅଞ୍ଚଳର ସରଫରାଜଙ୍କୁ ହତ୍ୟା କରିଥିଲେ।

Comments are closed.