www.samajalive.in
Saturday, December 13, 2025
27.1 C
Bhubaneswar

ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ; ବହୁ ଆହତ

ଜମ୍ମୁ: ଜମ୍ମୁସ୍ଥିତ ବିମାନ ବନ୍ଦରର ଟେକନିକାଲ ଅଞ୍ଚଳରେ ରବିବାର ସକାଳେ ଦୁଇଟି ବିସ୍ଫୋରଣ ଘଟିବା ଫଳରେ ବହୁ ଲୋକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଦୁଇଟି ବିଶେଷ ପ୍ରଭାବଶାଳୀ ନଥିବାରୁ ବଡଧରଣର ଅଘଟଣରୁ ବିମାନ ବନ୍ଦର ବର୍ତ୍ତିଯାଇଥିବା କହିଛନ୍ତି ନିରାପତ୍ତା ବାହିନୀ । ବିସ୍ଫୋରଣ ଘଟିବା ପରେ ବୋମା ନିଷ୍କ୍ରୟକାରୀ ଦଳ ସେଠାରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଜମ୍ମୁ କାଶ୍ମୀରର ନରୱଲ ଅଞ୍ଚଳରୁ ଜଣେ ଆତଙ୍କିଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ୫ କିଲୋଗ୍ରାମ ଆଇଇଡି ଜବତ କରାଯାଇଛି । ଜମ୍ମୁ କାଶ୍ମୀର ପୁଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି । ଏହା ପୂର୍ବରୁ ଶନିବାର ଦିନ ଜମ୍ମୁ କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ବାରବର ଶାହ ଅଞ୍ଚଳରେ ଏକ ମିଳିତ ପାଟ୍ରୋଲିଂ ଦଳ ଉପରକୁ ଆତଙ୍କବାଦୀଙ୍କର ଗ୍ରେନେଡ ମାଡରେ ଚାରିଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ଜମ୍ମୁ କାଶ୍ମୀର ପୁଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମିଳିିତ ପାଟ୍ରୋଲିଂ ଦଳ ଯାଉଥିବାବେଳେ ସେମାନଙ୍କ ଉପରକୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ତେବେ ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ରାସ୍ତା ଉପରେ ବିସ୍ଫୋରଣ ଘଟିଥିଲା । ସେଥିରେ ଆହତ ଚାରିଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories