ଅଜଣା କାର ଧକ୍କାରେ ଦୁଇ ବୃଦ୍ଧା ଗୁରୁତର

ମୋହନା : ସ୍ଥାନୀୟ ହାଇ ସ୍କୁଲ ଛକ ଠାରେ ବାସ କରୁଥିବା ଦୁଇ ବୃଦ୍ଧା ଲକ୍ଷ୍ମୀ ସାହୁ(୬୦) ଓ ମାୟାବତୀ ସାହୁ(୭୫) ସନ୍ଧ୍ୟା କାଳୀନ ଭ୍ରମଣ ସାରି ନିଜ ଗୃହକୁ ଫେରୁଥିବାବେଳେ ମୋହନା ନିକଟସ୍ଥ ସବଷ୍ଟେସନ ଛକଠାରେ ଏକ ଅଜଣା କାର ଉଭୟଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଉଭୟ ଛିଟିକି ପଡ଼ିବା ସହିତ ଲକ୍ଷ୍ମୀଙ୍କର ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିବା ସହ ମାୟାବତୀଙ୍କର ମୁଣ୍ଡ, ମୁହଁ ଏବଂ ଗୋଡ଼ ଭାଙ୍ଗିଯାଇଛି। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଉଭୟ ଗୁରୁତର ଥିବାରୁ  ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇ କାରଟି କେଉଁଆଡ଼େ ଚମ୍ପଟ ମାରିଛି । ପୁଲିସ୍ ଅନୁସନ୍ଧାନ ଜାରି ରଖିଛି ।

Comments are closed.