ଟ୍ରାକ୍ଟର ଓଲଟି ୨ ମୃତ, ୧୦ ଆହତ

ଗଞ୍ଜାମ: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ପାଞ୍ଚଆମ୍ବ ଗାଁ ନିକଟରେ ରବିବାର ଏକ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଟ୍ରାକ୍ଟରରେ ପିଡିଏସ ଚାଉଳ ବୋଝେଇ କରି ଗାଁକୁ ଅଣାଯାଉଥିଲା। ଗାଁ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟର ଡାଲା ଏବଂ ଡ୍ରାଇଭର ପଛ ପଟେ ବସିଥିବା ଲୋକମାନେ ରାସ୍ତାକୁ ଛିଟିକି ପଡ଼ିଥିଲେ। କିଛି ଲୋକ ଡାଲା ତଳେ ଚାପି ହୋଇଯାଇଥିଲେ। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.