ରାଜସ୍ବ ଟଙ୍କା ଆତ୍ମସାତ ମାମଲାରେ ଜେଲ୍ ଗଲେ ଦୁଇ କିରାଣୀ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲ କାର୍ଯ୍ୟାଳୟରେ ରାଜସ୍ବ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇଜଣ କିରାଣୀଙ୍କୁ ଜେଲ୍ ଯିବାକୁ ପଡିଛି । ଲକ୍ଷ୍ମୀପୁର ପୁଲିସ ତହସିଲ କାର୍ଯ୍ୟାଳୟର ୨ଜଣ କିରାଣୀ(ନାଜିର) ରାଜ୍ କୁମାର ଜାନି ଓ କେ.ସୁଧାଂଶୁ ଆଚାର୍ଯ୍ୟଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏକ ପଥର କୁଆଁରିର ମାଲିକ ପଇଠ କରିଥିବା ରାଜସ୍ବକୁ ହଡ଼ପ କରିବା ଅଭିଯୋଗ ନେଇ ତହସିଲଦାର ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ଆଧାରରେ ଲକ୍ଷ୍ମୀପୁର ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ସେମାନଙ୍କ ଜାମିନ ଆବେଦନ ଖାରଜ ହେବାପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Comments are closed.