୪ ସିନେମା ହଲ୍‌ ସିଲ୍‌

ଗଜପତି: ଗଞ୍ଜାମ ଜିଲା ପାରଳାଖେମୁଣ୍ଡିରେ ଥିବା ୪ଟି ସିନେମା ହଲ୍‌କୁ ଜିଲା ପ୍ରଶାସନ ସିଲ୍‌ କରିଦେଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ଏହି ସିନେମା ହଲଗୁଡ଼ି‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍‌ କରିଛି। ଏହି ସିନେମା ହଲ୍‌ ହେଉଛି ଜୟ ମା’ ଓ ଲକ୍ଷ୍ମୀ, ନଟରାଜ ଓ କ୍ରିଷ୍ଣା ସିନେମା ହଲ୍‌। ପ୍ରଶାସନ ପକ୍ଷରୁ ସିନେମା ହଲ୍‌ଗୁଡ଼ିକୁ ୫ ହଜାର ଟଙ୍କା ଲେଖାଏ ଜରିମାନା କରିଛି।

ସୂଚନା ଅନୁସାରେ, ଗତ କାଲି ରାତିରେ ଗୋଟିଏ ହଲ୍‌ରେ ଏକ ତେଲୁଗୁ ଫିଲ୍ମ ଚାଲିଥିବାବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭିଡ଼ ନିୟନ୍ତ୍ରଣରେ ପୁଲିସ ବିଫଳ ହେବାରୁ ଲାଠି ମାଡ଼ କରିଥିଲା। ପ୍ରଶାସନିକ ଅଧିକାରୀ ପହଞ୍ଚି ହଲ୍‌ର କାଗଜପତ୍ର ଯାଞ୍ଚ କରିଥିଲେ। ଅନୁପତିପତ୍ର ନ ଥିବାରୁ ଅଧିକାରୀମାନେ ଏହାକୁ ସିଲ୍‌ କରିଦେଇଥିଲେ। ପରେ ଅନ୍ୟ ହଲ୍‌ଗୁଡ଼ିକ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Comments are closed.