ଲାକ୍ରିଶ ଗ୍ରାମରେ ଅଘଟଣ : ପାଳ କୁଡିଆରେ ନିଆଲାଗି ୨ ଶିଶୁ ମୃତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନା ମୁତାବକ ଆଜି ଗ୍ରାମନିକଟରେ ଥିବା ପନିପରିବା ବାଡରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିବା ସମୟରେ ହଠାତ ପାଳ କୁଡିଆରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅଷ୍ପଷ୍ଟ ଥିବା ବେଳେ ମାନିଙ୍ଗ ମାଝୀଙ୍କ ଝିଅ କୁମାରି ମିଝୀ (୪) ଏବଂ ଦୁର୍ଯ୍ୟଧନ ମାଝୀଙ୍କ ଝିଅ ଦିବ୍ୟା ମାଝୀ (୩) ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପରିବାର ଲୋକେ କୁଡିଆ ଜଳୁଥିବା ଦେଖି ସେଠାକୁ ଯିବା ସମୟରେ ପାଳ କୁଡିଆଟି ସଂମ୍ପୂର୍ଣ୍ଣ ଜଳିଯାଇଥିଲା। ଏନେଇ ଗ୍ରାମବାସୀ ମାନେ କାଶୀପୁର ପୁଲିସକୁ ସୂଚନା ଦେବାପରେ ଖବର ପାଇ କାଶୀପୁର ଆଇଆଇସି ସୁନିଲ ଅରୁଣ କୁମାର ନାଏକଙ୍କ ସହ ପୁଲିସ ଟିମ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମାଜିଷ୍ଟ୍ରେଟ ଦାୟୀତ୍ବରେ ଥିବା କାଶୀପୁର ଅତିରିକ୍ତ ତହସିଲଦାର କୁଶ ଗରଡାଙ୍କ ଉପସ୍ଥିତିରେ ମୃତ ଦେହ ଜବତ କରିବା ସହ ଶବ ବ୍ୟବଛେଦ କରାଯାଇଥିବା ସୂଚନା ମିଳିଛି।

Comments are closed.