ଜଗତପୁର ଗୋଲେଇ ଛକରୁ ୨ ବ୍ରାଉନସୁଗାର ବେପାରୀ ଗିରଫ

କଟକ ଜଗତପୁର ପୁଲିସ ଗୋଲେଇ ଛକ ନିକଟରୁ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଉଭୟଙ୍କ ନିକଟରୁ ପୁଲିସ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି। ଗିରଫ ହୋଇଥିବା ୨ ବ୍ରାଉନସୁଗାର ବେପାରୀ ହେଉଛନ୍ତି ସୁଧୀର ମହାନ୍ତି ଓ ବିକ୍ରମ ସାମଲ। ଏନେଇ କଟକ ଡିସିପି ପ୍ରତୀକ ସିଂ ଟ୍ୱିଟ କରି ଜନସାଧାରଣଙ୍କୁ ପୁଲିସକୁ ସହଯୋଗ କରିବା ସହ ନିଶା ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି।

Comments are closed.