ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ: ରବିପ୍ରିୟ ଦାଶଙ୍କ ‘ ଉର୍ବଶୀର ଗାଁ’ ଏବଂ ବିଜୟ ଅମୃତ କୁଲାଙ୍ଗେଙ୍କ ‘ ଆଜିର ଦିନଟି ମୋର’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ରବିପ୍ରିୟ ଦାଶଙ୍କ ‘ ଉର୍ବଶୀର ଗାଁ’ ଏବଂ ବିଜୟ ଅମୃତ କୁଲାଙ୍ଗେଙ୍କ ‘ ଆଜିର ଦିନଟି ମୋର’ ଉନ୍ମୋଚନ କରିଛନ୍ତି। କବି ରବିପ୍ରିୟ ଦାଶଙ୍କ କବିତା ସକଳନ ‘ଉର୍ବଶୀର ଗାଁ’ ପୁସ୍ତକଟିରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି। ମୁଖ୍ୟମନ୍ତ୍ରୀ ପୁସ୍ତକର ସଫଳତା କାମନା କରିଛନ୍ତି।


ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ବାରା ରଚିତ। ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି। ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି। କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା। ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Comments are closed.