ଜଙ୍ଗଲ ପୋଡିବା ଓ ଗଛ କାଟିବାକୁ ନେଇ ଦୁଇ ଗିରଫ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡା ବନାଞ୍ଚଳର ବାରବା ଜଙ୍ଗଲରୁ ଶୁକ୍ରବାର ସକାଳ ୯ ଟାରେ  ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର  ସକାଳୁ କନାଡି ଗ୍ରାମର  ସୁଦାମ ପ୍ରଧାନ(୫୮) ଓ କାଳିଆ ନାୟକ (୫୫)  ବାରବା ଜଙ୍ଗଲରେ ନିଆଁ ଲଗାଇବା ସହ କାଠ ପଟା ପାଇଁ ଗଛ କାଟୁଥିବା ସମୟରେ ସ୍ଥାନୀୟ ବନ ବିଭାଗ ଫରେଷ୍ଟର ଅଜିତ୍ କୁମାର ପ୍ରଧାନ ଏବଂ ଫରେଷ୍ଟ ଗାର୍ଡ ରାଜେନ୍ଦ୍ର କହଁରଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ନିକଟରୁ ଦିଆସିଲି, ପଟାକାଠ ଜବତ କରାଯାଇ ଗିରଫ କରାଯାଇଛି। ଦୁହିଁଙ୍କୁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ କୋର୍ଟ ଚାଲାଣ କରାଯାଇଥିବା କରଡା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ସୂଚନା ଥାଉ କି ଦୁଇ ଦିନ ପୂର୍ବରୁ ସେହି ଅଞ୍ଚଳରୁ ଜଣେ ମହିଳାଙ୍କୁ ଜଙ୍ଗଲ ପୋଡି ଯୋଗୁଁ ଗିରଫ କରାଯାଇଥିଲା।

Comments are closed.