ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ

ପିପିଲି : ଦାଦାବଟି ମାଗିବା ଅଭିଯୋଗରେ ପିପିଲି ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତୀ ସଠସ ଗ୍ରାମର ମାନସ କୁମାର ପରିଡା ଓରଫ ମାନିଆ(୩୨) ଓ କରୁଣାକର ପରିଡା (୩୨) । ଦାଣ୍ଡମୁକୁନ୍ଦପୁର ଗ୍ରାମର ଚୌଧୁରୀ ତ୍ରିଲୋଚନ ସାହୁ ନିକଟବର୍ତ୍ତୀ ଭୋଗୁଆବାଙ୍କ ଠାରେ ଏକ ଇଟା ଫ୍ୟାକ୍ଟରୀ ନିର୍ମାଣ କରୁଥିବା ବେଳେ ଅଭିଯୁକ୍ତ ଦ୍ୱୟ ଗତ କିଛି ଦିନ ଧରି ତାଙ୍କୁ ୨୦ ହଜାର ଟଙ୍କା ଦାଦାବଟି ମାଗୁଥିଲେ । ସେ ମନା କରି ଦେବାରୁ ଗତ ୨୫ ତାରିଖ ଅପରାହ୍ନ ୫ଟା ସମୟରେ ଅଭିଯୁକ୍ତଦ୍ୱୟ ତାଙ୍କୁ ବିଭିନ୍ନ ଧମକଚମକ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସଂପର୍କରେ ଶ୍ରୀସାହୁ ପିପିଲି ପୁଲିସରେ ଅଭିଯୋଗ କରିଥିଲେ । ଏନେଇ ପୁଲିସରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି  ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା । ଏମାନଙ୍କ ନାମରେ ପିପିଲି ପୁଲିସରେ ଅନ୍ୟ ୩ଟି ମାମଲା ରହିଥିବା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି ।

Comments are closed.