୫କୋଟି ହଡ଼ପ କରି ୨ ଗିରଫ

ଭୁବନେଶ୍ବର: ୫କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ମାମଲାରେ ୨ ଗିରଫ ହୋଇଛନ୍ତି। ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ପ୍ରଧାନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ପ୍ରଧାନ ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ସମିତି ଓ ଏନଏଚଏମ୍‌ର ଟଙ୍କା ହଡ଼ପ କରି ଧରାପଡ଼ିଲେ। ଏନ୍‌ଏଚ୍‌ଏମ୍‌ର ପିଇଏମ୍‌ଏସ୍‌କୁ ହ୍ୟାକିଂ କରି ଟଙ୍କା ହଡ଼ପ କରିଥିଲେ। ଏଡିଏମ୍‌ଓ ଓ ସିଡିଏମ୍‌ଓ ସିଲ ଡୁପ୍ଲିକେଟ କରି ଇ-ଚେକ ନେଇଥିଲେ। ତଦନ୍ତବେଳେ ୩କୋଟି ୩୦ଲକ୍ଷ ଟଙ୍କା ଫ୍ରିଜ କରାଯାଇପାରିଛି। ପୂର୍ବରୁ ସୁବର୍ଣ୍ଣପୁର ଏନଏଚ୍‌ଏମ୍‌ରେ ରାଜକିଶୋର ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ।

Comments are closed.