ଅଭ୍ୟାସ ସମୟରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ୧ ପାଇଲଟ୍‍ ମୃତ

0

ବେଙ୍ଗାଲୁରୁ : ବେଙ୍ଗାଲୁରୁର ୟେଲହଙ୍କା ଯୁଦ୍ଧ ବିମାନ ଘାଟିରେ ମଙ୍ଗଳବାର ଭାରତୀୟ ବାୟୁସେନାର ସାମରିକ ଅଭ୍ୟାସ ସମୟରେ ଦୁଇଟି ଯୁଦ୍ଧ ବିମାନ ପରସ୍ପରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ପାଇଲଟ୍ ସଫଳତାପୂର୍ବକ ସୁରକ୍ଷିତ ବାହାରକୁ ବାହାରି ଆସିଛନ୍ତି। ଏଥିସହିତ ଜଣେ ସାଧାରଣ ନାଗରିକ ଏଥିରେ ଆହତ ହୋଇଥିବା ଖବର ମିଳିଛି। ମୃତ ପାଇଲଟ୍ ପ୍ରଥମେ ଆହତ ହୋଇ ଚିକିତ୍ସିତ ଥିଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁଇ ବିମାନ ସୂର୍ଯ୍ୟକିରଣ ଏରୋବେଟିକ ଟିମ୍‍ ର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବୁଧବାର ଠାରୁ ଏଠାରେ ସାମରିକ ପ୍ରଦର୍ଶନ ଆରମ୍ଭ ହେବାକୁ ଯାଉଛି, ଯାହା ୨୪ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ବିମାନର ଭଗ୍ନାବଶେଷ ୟେଲହଙ୍କା ନିକଟବର୍ତ୍ତୀ ଇସ୍ରୋ ଅଧୀନରେ ଥିବା ଅଞ୍ଚଳରେ ପଡ଼ିଥିବା ବେଙ୍ଗାଲୁରୁ ପୁଲିସ ସୂଚନା ଦେଇଛି।

Leave A Reply