ଭାରତ ସରକାରଙ୍କ କଡ଼ା ଚେତାବନୀ, ଟ୍ବିଟରକୁ ମାନିବାକୁ ପଡ଼ିବ ଭାରତୀୟ ନିୟମ

ନୂଆଦିଲ୍ଲୀ: ଖାଲିସ୍ତାନ-ପାକିସ୍ତାନ ସହ ଜଡିତ ୧୧୭୮ ଜଣଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ପରେ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। କେନ୍ଦ୍ର ସରକାର ଆମେରିକୀୟ କମ୍ପାନୀକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତୀୟ ନିୟମ ପାଳନ କରିବାକୁ ପଡ଼ିବ। ଏଥି ସହିତ ଟ୍ୱିଟରକୁ ଛାଡି ସ୍ୱଦେଶୀ ଆପ୍ ‘koo’ ଆପକୁ ବ୍ୟବହାର କରିବାଲାଗି ଭାରତ ସରାକରଙ୍କ ପକ୍ଷରୁ କୁହାଯାଇଛି।

ବୁଧବାର ଟ୍ୱିଟର ମଧ୍ୟ ଏହାର ଉତ୍ତର ରଖିଛି, ଭାରତରେ କିଛି ଆକାଉଣ୍ଟକୁ କେବଳ ଭାରତରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହା ଭାରତରେ କିଛି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ଟ୍ବିଟର। ତେବେ ନାଗରିକ ସମାଜ କାର୍ଯ୍ୟକର୍ତ୍ତା, ରାଜନେତା ଏବଂ ଗଣମାଧ୍ୟମର ଆକାଉଣ୍ଟ ବନ୍ଦ ହୋଇ ନ ଥିଲା, କାରଣ ଏହା କରିବା ଦେଶର ଆଇନ ଅନୁଯାୟୀ ବ୍ୟକ୍ତିର ସ୍ୱାଧୀନତାର ମୌଳିକ ଅଧିକାରକୁ ଉଲ୍ଲଂଘନ କରିବ।

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ବିଭ୍ରାନ୍ତିକର ତଥା ପ୍ରଦାହଜନକ ସୂଚନା ବାଣ୍ଟୁଥିବା ଅଭିଯୋଗ ହୋଇଥିବା କେନ୍ଦ୍ରଗୁଡିକ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ କେନ୍ଦ୍ର ସରକାର କହିଛନ୍ତି। ଯଦି ଏହି ନିର୍ଦ୍ଦେଶ ପାଳନ ନ ହୁଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଚେତାବନୀ ଦେଇଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ଉପରେ ଏହାର ଆଭିମୁଖ୍ୟ ସ୍ପଷ୍ଟ କରି ଟ୍ୱିଟର ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, କ୍ଷତିକାରକ ବିଷୟବସ୍ତୁ ଯେପରି ଦେଖାଯିବ ନାହିଁ, ସେପରି ହ୍ୟାସଟ୍ୟାଗଗୁଡିକର ଟ୍ରେଣ୍ଡକୁ ରୋକିବା ଏବଂ ସନ୍ଧାନ ସମୟରେ ସେମାନଙ୍କୁ ସୁପାରିଶ ନ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ଭାରତ ସରକାର କମ୍ପାନୀକୁ ୧୧୭୮ ଆକାଉଣ୍ଟର ଏକ ତାଲିକା ଦାଖଲ କରିଥିଲେ ଯାହା ଖାଲିସ୍ତାନ ଏବଂ ପାକିସ୍ତାନ ସହ ଜଡିତ ଥିବା ସନ୍ଦେହ କରାଯାଉଥିଲା। ସେଥିମଧ୍ୟରୁ ୫୮୩ ଜଣଙ୍କ ଟ୍ବିଟର ଆକାଉଣ୍ଟକୁ ବନ୍ଦ କରାଯାଇଛି। ଏହା ସହିତ ପ୍ରାୟ ୫୦୦ ଜଣଙ୍କ ଟ୍ବିଟର ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ତେବେ ଯେଉଁ ଆକାଉଣ୍ଟ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ସୂଚନା ଦିଆଯାଇ ନାହିଁ।

Comments are closed.