ବିବାଦରେ ଟୁଇଟର ସିଇଓ ଜ୍ୟାକ ଡୋରସି

0

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଟୁଇଟରର ସିଇଓ ଜ୍ୟାକ ଡୋରସି ବିବାଦ ଘେରରେ ରହିଛନ୍ତି। ବ୍ରାହ୍ମଣ ବିରୋଧୀ ପୋଷ୍ଟର ପାଇଁ ଡୋରସି ଏହି ବିବାଦରେ ଫସିଯାଇଛନ୍ତି। ଜ୍ୟାକ ଡୋରସି ଏକ ଫଟୋରେ କିଛି ମହିଳାଙ୍କ ସହ ଏକ ପୋଷ୍ଟର ଧରିଥିଲେ। ଏହି ପୋଷ୍ଟରରେ ‘ବ୍ରାହ୍ମଣ ପିତୃସତା କା ନାଶ ହୋ’ ଲେଖାଯାଇଥିବା ଦେଖିବାକୁ ମିଳିଛି। ଭାରତ ଭ୍ରମଣରେ ଆସିଥିବା ସମୟରେ ଜ୍ୟାକ ଡୋରସି ଏହି ଫଟୋ ଉତ୍ତୋଳନ କରିଥିଲେ।
ଏହି ଫଟୋରେ ଜ୍ୟାକଙ୍କ ସମେତ କିଛି ମହିଳା ସାମ୍ବାଦିକା, ସାମାଜିକ କର୍ମୀ ଥିବା ଜଣାପଡିଛି। ଏହି ଫଟୋ ଆସିବା ପରେ ଟୁଇଟରେ ଜ୍ୟାକଙ୍କୁ ସମାଲୋଚନା କରାଯାଇଥିଲା। ପରେ ଏହାକୁ ନେଇ କମ୍ପାନୀକୁ କ୍ଷମା ପାର୍ଥନା କରିବାକୁ ପଡିଥିଲା। ଟୁଇଟର କହିବା ଅନୁସାରେ ଏହି ଫଟୋ ଏକ କମ୍ପାନୀ ଜ୍ୟାକଙ୍କୁ ଦେଇଥିଲେ। ଟୁଇଟର ସମସ୍ତ ବ୍ୟବହାରକାରୀଙ୍କ ସମ୍ମାନ କରି ଜ୍ୟାକ ଏହାକୁ ଧରିଥିବା କୁହାଯାଇଛି। ଏହାକୁ ନେଇ ଟୁଇଟରରେ କିଛିଲୋକ ଜ୍ୟାକଙ୍କୁ ଜାତିବାଦ ବିରୋଧୀ ବୋଲି ମଧ୍ୟ କହିଛନ୍ତି।

Leave A Reply