ଛଅ ଦିନର ଜାଆଁଳା ଭାଇ-ଭଉଣୀ କରୋନା ସଂକ୍ରମିତ

ଗୁଜରାଟ : ଗୁଜୁରାଟର ମେହସାଣା ଜିଲ୍ଲାରେ ୬ ଦିନ ପୂର୍ବରୁ ଜନ୍ମ ହୋଇଥିବା ଯାଆଁଳା ଭାଇ ଓ ଭଉଣୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର  ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଉଭୟ ଭାଇଭଉଣୀ ରାଜ୍ୟର ସର୍ବକନିଷ୍ଠ କରୋନା ରୋଗୀ ହୋଇଛନ୍ତି । ଏଥିସହିତ ମେହସାଣା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି ।

ମେ ୧୬ରେ ମଲ୍ଲିକପୁର ଗାଁର ଜଣେ କରୋନା ସଂକ୍ରମିତ ମହିଳା ଭଦନଗର ସିଭିଲ ହସପିଟାଲରେ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ ବୋଲି ଜିଲ୍ଲା ଉନ୍ନୟନ ଅଧିକାରୀ ମନୋଜ ଡାକସିନ୍ କହିଛନ୍ତି। ଗୁଜରାଟର ଏହା ହେଉଛି ପ୍ରଥମ ଘଟଣା ଯେଉଁଥିରେ ନବଜାତ ଯାଆଁଳା ଶିଶୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

Comments are closed.