ଫାଇଜର ଟିକା ନେଇ ନରୱେରେ ୨୩ ମୃତ

ଓସ୍‌ଲୋ/ନୂଆଦିଲ୍ଲୀ: ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ଦିନକ ମଧ୍ୟରେ ମୃତ୍ୟୁ ଘଟିଛି। ଏମାନେ ପ୍ରଥମ ଦଫା ଟିକା ନେବାର କିଛି ସମୟ ମଧ୍ୟରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହ ପ୍ରାଣ ହରାଇଛନ୍ତି। ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସମାନ କାରଣରୁ ଆହୁରି ଅନେକ ଅସୁସ୍ଥ ହୋଇପଡ଼ିଥିବା ଦେଶର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ନର​‌େ​‌ୱରେ ଟିକାକରଣକୁ ସାମୟିକ ବନ୍ଦ କରାଯିବା ସହ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି ଓ ଏଥିନେଇ ସତର୍କତା ଜାରି କରାଯାଇଛି। ଫାଇଜର ଟିକା ବୟସ୍କ ଓ ରୋଗୀଙ୍କ କ୍ଷେତ୍ରରେ ସୁରକ୍ଷିତ ନୁହେଁ ବୋଲି ଦେଶର ସରକାର ଘୋଷଣା କରିଛନ୍ତି। ଏହାର ଅନୁଧ୍ୟାନ କରୁଥିବା ଡାକ୍ତରଙ୍କ କହିବାନୁସାରେ ୮୦ବର୍ଷ ପାଖାପାଖି ବୟସ୍କମାନେ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକଂାଶ ମହିଳା ଅଛନ୍ତି। ଦେଶରେ ଡିସେମ୍ବରରୁ ଏବେ ସୁଦ୍ଧା ୩୦ହଜାର ଲୋକ ଫାଇଜର କିମ୍ବା ମଡର୍ଣ୍ଣା ଟିକା ନେଇଛନ୍ତି। ଆମେରିକା ସମେତ ୟୁରୋପର ବିଭିନ୍ନ ଦେଶରେ ଫାଇଜର ଟିକାକୁ ନେଇ ଏଭଳି କେତେକ ଅଭିଯୋଗ ଆସିବା ପରିପ୍ରେକ୍ଷୀରେ ଫାଇଜର ନିର୍ମାତା ‘ଫାଇଜର ବାୟୋଏନ୍‌ଟେକ୍‌’ ୟୁ‌େ‌ରାପକୁ ଟିକା ଯୋଗାଣ ପରିମାଣ ହ୍ରାସ କରିଛି। ନରୱେରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଭାରତରେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି ଯେ ଟିକାକୁ ନେଇ ତାଙ୍କ ଦଳ ଯେଉଁ ଆଶଙ୍କା ପ୍ରକାଶ କରିଆସୁଥିଲା ତାହା କପୋଳକଳ୍ପିତ ନୁହେଁ; ବରଂ ସତ୍ୟତା ଉପରେ ଆଧାରିତ। ନରୱେ ଘଟଣାରୁ ଏହା ସତ୍ୟ। ଏହା ଅଲଗା କମ୍ପାନୀର ଟିକା ହୋଇପାରେ; କିନ୍ତୁ ଟିକା ଜାତୀୟତାବାଦ ପଛରେ ଲୁଚ ନାହିଁ। ପୂର୍ବରୁ ମନୀଷ ଓ ତାଙ୍କ ଦଳ କେବଳ ଗୁଜବ ପ୍ରଚାର କରୁଛନ୍ତି ଓ ଅବିଶ୍ବାସର ମଞ୍ଜି ବୁଣୁଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଥିଲେ।

Comments are closed.