ଟ୍ବିଟ୍ ନେଇ ଝଡ଼

0

ଭୁବନେଶ୍ବର: ସ୍କିଲ ଇଣ୍ଡିଆ କାର୍ୟ୍ୟକ୍ରମ ପାଇଁ ଓଡ଼ିଆରେ ଯେଉଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଟ୍ବିଟ୍ କରିଛନ୍ତି ସେଥିରେ ଓଡ଼ିଆ ଭାଷାକୁ କଦର୍ଥ କରାଯାଇଛି ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ତୈଳ ମନ୍ତ୍ରାଳୟର ପଦକ୍ଷେପକୁ ନେଇ ସୁପ୍ରିମକୋର୍ଟ ନିକଟରେ ଭର୍ସନା କରିଛନ୍ତି। ମନ୍ତ୍ରାଳୟ କ’ଣ ଭଗବାନ ବୋଲି ସୁପ୍ରିମକୋର୍ଟଙ୍କ ବିଚାରପତି ତାଙ୍କ ଶୁଣାଣି ବେଳେ କହିିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍କିଲ୍ ଇଣ୍ଡିଆର ନିମନ୍ତ୍ରଣ ପାଇଁ ଟ୍ବିଟ୍ ରେ ବ୍ୟାପକ ଭାଷଗତ ତ୍ରୁଟି ରହିଛି। ମନ୍ତ୍ରୀ ଆଗେ ନିଜ ଦାୟିତ୍ବ ସମ୍ଭାଳନ୍ତୁ, ଅଯଥା ସବୁ କଥା ହସ୍ତକ୍ଷେପ କରି ଚର୍ଚାରେ ରହିବାକୁ ଉଦ୍ୟମ ନକରନ୍ତୁ ବୋଲି ଶ୍ରୀ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଏହାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋତେ ସେମାନଙ୍କର ସାଟିଫିକେଟ୍‌ର ଆବଶ୍ୟକତା ନାହିଁ ା କମ୍ପ୍ୟୁଟରରେ ମଝିରେ ମଝିରେ ବନାନ୍‌ଗତ ତ୍ରୁଟି ​‌େହାଇଥାଏ ା ଯଦି ମୋର ଟୁଇଟ୍‌ରେ ଏଭଳି କିଛି ତ୍ରୁଟି ଥିବ ମୁଁ ନିଶ୍ଚିତ ଭାବେ ତାକୁ ସୁଧାରିବି ା ଯେଉଁମାନେ ଏହାକୁ ସମାଲୋଚନା କରୁଛନ୍ତି ସେମାନେ ପ୍ରଥମେ ସେମାନଙ୍କର ମୁଖିଆଙ୍କୁ ଶୁଦ୍ଧ ଓଡ଼ିଶାରେ ଥରେ ଜୟ ଜଗନ୍ନାଥ କହିବାକୁ କୁହନ୍ତୁ ା ତା’ପରେ ଯାଇ ଅନ୍ୟକୁ ଅଙ୍ଗୁଳି ଦେଖାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply