ଆସିଲା ଟିଭିଏସ୍‍ର ନୂଆ ବାଇକ ‘ରେଡିଅନ’

0

ନୂଆଦିଲ୍ଲୀ : ଟିଭିଏସ୍‍ ମୋଟର କମ୍ପାନୀ ଲିମିଟେଡ ପକ୍ଷରୁ ଗୁରୁବାର ରେଡିଅନ ନାମରେ ଏକ ନୂତନ ମଡେଲର ବାଇକ ଉନ୍ମୋଚନ କରାଯାଇଛି। ଦିଲ୍ଲୀ ସୋ’ ରୁମ୍‍ ମୂଲ୍ୟ ଅନୁସାରେ ଏହି ବାଇକର ଦାମ ୪୮,୪୦୦ ଟଙ୍କା ରହିଛି। ଏହି ବାଇକରେ ୧୧୦ ସିିସି ଡ୍ୟୁରା ଲାଇଫ ଇଞ୍ଜିନ, ୬୯.୩ ମାଇଲେଜ ବ୍ୟବସ୍ଥା ରହିଛି। ଏହାବ୍ୟତୀତ ଏହି ବାଇକରେ ୧୦ଲିଟର ତୈଳ କ୍ଷମତା ଥିବା ଟାଙ୍କି, ରେଡିଅନରେ କ୍ରୋମ, ବଜେଲ ହେଡଲ୍ୟାମ୍ପ ରହିଛି। ବାଇକଟି ଦେଖିବାକୁ ଆକର୍ଷଣୀୟ ହୋଇଥିବାରୁ ଏହା ଗ୍ରାହକ ମାନଙ୍କୁ ବେଶ ଆକୃଷ୍ଟ କରିବ ବୋଲି କମ୍ପାନୀ କହିଛି। ଚାରୋଟି ରଙ୍ଗରେ ଏହି ବାଇକ ବଜାରକୁ ପ୍ରବେଶ କରାଇବ ପାଇଁ କମ୍ପାନୀର ଯୋଜନା ରହିଛି। ସେପ୍ଟମ୍ବରରୁ ଏହି ବାଇକ ପ୍ରଥମେ ଚେନ୍ନଇ ଏବଂ ପରେ ସମଗ୍ର ଦେଶରେ ଉପଲବ୍ଧ ହେବ।

Leave A Reply