MEllora 950×100

ବଜାରରେ TVSର ଇ-ସ୍କୁଟର; ୩ଟି ମଡେଲ ସହ ୧୧ଟି ରଙ୍ଗରେ ଉପଲବ୍ଧ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଟିଭିଏସର ଇ-ସ୍କୁଟର ।  କମ୍ପାନୀର ସୂଚନା ଅନୁସାରେ ବଜାରକୁ ନୂଆ କରିଆସିଥିବା ଟିଭିଏସର ଇ-ସ୍କୁଟର ବା (TVS iQube) ୫୦ ହଜାର ୟୁନିଟରୁ ଅଧିକ ବିକ୍ରୟ ହୋଇଛି । କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବେ TVS iQubeକୁ ମେ’ ମାସ ୨୦୨୨ରେ ଲଞ୍ଚ କରାଯାଇଥିଲା । ଯାହାକି ଲୋକଙ୍କୁ ବେଶ ପସନ୍ଦ ଆସିଛି । ସ୍କୁଟର ନିର୍ମାଣ ଶୈଳୀ, ବ୍ୟାଟେରୀ ଓ ଅନ୍ୟାନ୍ୟ ସୁବିଧା ଗ୍ରାହକଙ୍କୁ ବେଶ ପସନ୍ଦ ଆସିଥିବା କୁହାଯାଇଛି ।

କମ୍ପାନୀ ପକ୍ଷରୁ ଏହାକୁ ୧୧ଟି ରାଙ୍ଗରେ ବଜାରକୁ ଛାଡ଼ିଥିବା ବେଳେ ଏହାର ୩ଟି ମଡେଲ ଉପଲବ୍ଧ ହେଉଛି । iQube ଷ୍ଟାଣ୍ଡାର୍ଡ, iQube S ଏବଂ iQube ST ପରି ୩ଟି ମଡେଲରେ ଏହି ଇ-ସ୍କୁଟର ମିଳୁଛି । ସେହିପରି ୩ଟି ଯାକ ମଡେଲର ଭିନ୍ନ ଭିନ୍ନ ଦାମ ରଖିଛି କମ୍ପାନୀ । ଏହି ଗାଡ଼ିକୁ ସମ୍ପୂର୍ଣ୍ଣ ଭାବେ ଚାର୍ଜ କଲେ ୧୦୦ କିମିରୁ ଊର୍ଦ୍ଧ୍ଵ ଯାଇପାରିବ ବୋଲି କୁହାଯାଇଛି । ଏଥି ସହିତ TVS iQube ସ୍କୁଟର ଗୁଡ଼ିକରେ ବିଭିନ୍ନ ପ୍ରକାରର ସୁବିଧା କମ୍ପାନୀ ପକ୍ଷରୁ ଦିଆଯାଇଛି ।

Comments are closed.