ଟିଭି ରିମୋଟ୍‌କୁ ନେଇ ସତର୍କତା

ପିଲାମାନେ ଘରର ବିଭିନ୍ନ ଜିନିଷରେ ଲାଗିବା ସ୍ବାଭାବିକ କଥା। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ଅଧିକାଂଶ ପିଲା ଟିଭି ରିମୋଟ୍‌ ନେଇ ଖେଳିବା ସହିତ ପାଟିରେ ମଧ୍ୟ ଭର୍ତ୍ତି କରନ୍ତି। ଏପରି ଆପଣଙ୍କ ପିଲା କରୁଥିଲେ, ତୁରନ୍ତ ସତର୍କ ହୋଇଯାନ୍ତୁ। କାରଣ ରିମୋଟ୍ କାରଣରୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିଥାଏ ବୋଲି ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି। ବିଶେଷଜ୍ଞଙ୍କ ମତରେ ଟିଭି ରିମୋଟ୍‌ରେ ଟଏଲେଟ୍ ସିଟ୍‌ ଠାରୁ ୨୦ ଗୁଣ ଅଧିକ ଜୀବାଣୁ ରହିଥାଏ। ବ୍ରିଟେନ୍‌‌ର ଗବେଷକଦଳ ୨ହଜାର ପିଲାଙ୍କୁ ନେଇ ଏହି ଗବେଷଣା କରିଥିଲେ। ଟିଭି, ଏସି ରିମୋଟ୍‌କୁ ନେଇ ପିଲାମାନେ ଖେଳିବା ସହ ଏସବୁକୁ ଚାଟିଥାନ୍ତି। ଏହି କାରଣରୁ ଜୀବାଣୁ ସେମାନଙ୍କ ଶରୀର ଭିତରକୁ ଯାଇ ପେଟ ରୋଗ, ଥଣ୍ଡା, ଜ୍ବର ଇତ୍ୟାଦିର ସମସ୍ୟା ସୃଷ୍ଟି ହୋଇଥାଏ।

Comments are closed.