ଆତଙ୍କବାଦୀଙ୍କ ଗୁଳିରେ ଟିଭି କଳାକାରଙ୍କ ମୃତ୍ୟୁ

ଜାମ୍ମୁ-କାଶ୍ମୀର: କାଶ୍ମୀରର ବଡ଼ଗାମ ଜିଲ୍ଲାରେ ପୁଣି ଆତଙ୍କବାଦୀ ମାନେ ବର୍ବରତା ରଚାଇଛନ୍ତି । କାଶ୍ମୀରର ଜଣେ ମହିଳା ଟିଭି କଳାକାରଙ୍କୁ ଆତଙ୍କବାଦୀ ମାନେ ହତ୍ୟା କରିଥିବା ଜଣାପଡ଼ିଛି । ଆତଙ୍କବାଦୀ ମାନେ ମହିଳା କଳାକାର ଅମ୍ରିନ ଭଟ୍ଟଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ ଆତଙ୍କବାଦୀଙ୍କ ଗୁଳିଳେ ପରିବାରର ଆଉ ଜାଣେ ସଦସ୍ୟ ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀ ମାନେ ଏହି କାଣ୍ଡ ଭିଆଇଛନ୍ତି । ଅମ୍ରିନ ଭଟ୍ଟଙ୍କ ପରିବାରର ଗୁରୁତର ବ୍ୟକ୍ତି ଜଣକ ତାଙ୍କ ଜ୍ୱାଇଁ ​‌ହୋଇଥିବା ସୂଚନା ମିଳିଛି । ଏହି ସମ୍ପର୍କରେ ସୁରକ୍ଷାକର୍ମୀ ମାନେ ଖବର ପାଇବା ପରେ  ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସ୍ଥାନୀୟ ପୁଲିସ କହିବା ଅନୁସାରେ ଏହି ହତ୍ୟାକାଣ୍ଡରେ ୩ଜଣ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି । ଘଟଣାର ତଦନ୍ତ କରାଯାଉଛି । ସେପଟେ ଆତଙ୍କବାଦୀଙ୍କ ଏହି ବର୍ବରତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିନ୍ନା । ମନୋଜ ଏହି ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଆତଙ୍କବାଦୀ ତନ୍ତ୍ରକୁ ଧ୍ୱଂସ କରିବାକୁ ପ୍ରତିଶ୍ରୁତିବଦ୍ଧ ।

Comments are closed.