ପ୍ରବାସୀଙ୍କୁ ନେଇ ଯାଉଥିବା ବସକୁ ନେଇ ଚିନ୍ତାରେ ତୁଷୁରାବାସୀ

ତୁଷୁରା : ରାଜ୍ୟ ସରକାର ସମସ୍ତ ପ୍ରବାସୀ ଓଡ଼ିଆ ଭାଇମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ବିଭିନ୍ନ ସ୍ଥାନକୁ ବସ ବା ଟ୍ରେନ ଯୋଗେ ଲୋକେ ନିଜ ଅଂଚଳକୁ ଫେରୁଛନ୍ତି। କିଛିଦିନ ହେଲା ତୁଷୁରା ସହର ଦେଇ ଅନ୍ୟ ରାଜ୍ୟ ଯଥା ତାମିଲନାଡ଼ୁ, ଗୁଜୁରାଟ,ପଶ୍ଚିମବଙ୍ଗ ତଥା ବିଭିନ୍ନ ରାଜ୍ୟକୁ ପ୍ରବାସୀ ଲୋକଙ୍କୁ ନେଇ ତୁଷୁରା ବାଟ ଦେଇ ଯାଉଛନ୍ତି। ଗତକାଲି ସୋମବାର ରାତି ପ୍ରାୟ ୮ଟା ସମୟବେଳେ ପ୍ରବାସୀଙ୍କୁ ଗୁଜୁରାଟରୁ ଆସିଥିବା ଏକ ବସ ଥାନା ପାଖରେ ଅଟକିଥିଲା। ଏହି ବସ ଭିତରୁ ୫/୬ଜଣ ବସରୁ ଓହ୍ଳାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ତୁଷୁରା ଅଂଚଳରେ କୋକୁଆଭୟ ସୃଷ୍ଟି ହୋଇଥିଲା। ଏମିତି ପ୍ରତିଦିନ ଅନେକ ଗୁଡ଼ିଏ ବସ ତୁଷୁରା ଦେଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ସଂକ୍ରମଣ ହେବା ଭୟରେ ବସଷ୍ଟାଣ୍ଡରେ ଥିବା ରାସ୍ତାଗୁଡ଼ିକୁ ସେନିଟାଇଜ କରିବାକୁ ତୁଷୁରାର ଜନସାଧାରଣ ଦାବି କରୁଛନ୍ତି।