ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣା; ସାନଭଉଣୀର ମୃତଦେହ ଠାବ

ତୁଷୁରା: ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣାରେ ଶନିବାର ସାନଭଉଣୀର ମୃତ ଦେବ ଠାବ ହୋଇଛି। ତରଭା ସିଂହାଣୀ ପଞ୍ଚାୟତ ବଡ଼ତେଣ୍ଡା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇଛି। ୧୫ ତାରିଖରେ ତୁଷୁରା ତେଲନଦୀ ପୋଲରୁ ୨ ଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ।

ସୂଚନା ଅନୁଯାୟୀ, ତୁଷୁରା ଥାନା ଅନ୍ତର୍ଗତ ତୁଷୁରା-ଗୁଡ଼ଭେଲା ରାସ୍ତାରେ ତେଲ ନଦୀ ପୋଲ ଉପରୁ ୨ ଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ। ତେବେ ପୋଲ ଉପରେ ଚାବି ଲାଗିଥିବା ଏକ ସ୍କୁଟି, ୨ ହଳ ଚପଲ ରହିଥିବା ଦେଖିବାକୁ ମିଳିଥିଲା । ଦୁଇ ଯୁବତୀ ଗୁଡ଼ଭେଲାର ବ୍ୟବସାୟୀ ରାମଅବତାର ଅଗ୍ରୱାଲଙ୍କ ଦୁଇ ଝିଅ ଅନମୋଲ (୨୨) ଓ ଆଞ୍ଚଳ (୧୯) ବୋଲି ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ତୁଷୁରା ପୁଲିସ, ଗୁଡ଼ଭେଲା ଅଗ୍ନିଶମ ବାହିନୀ, ସଇଁନ୍ତଲା ଅଗ୍ନିଶମ ବାହିନୀ ଓ ବଲାଙ୍ଗିର ଓଡାଫ ଟିମ ଘଟଣାସ୍ଥଳରେ ସନ୍ଧ୍ୟା ପର୍ଯ୍ୟନ୍ତ ନଦୀ ଭିତରେ ଛାନଭିନ କରିଥିଲେ ମଧ୍ୟ ସଫଳତା ମିଳି ପାରି ନ ଥିଲା।

Comments are closed.