ଦୁଇ ଭଉଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ତୁସୁରା: ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ଅନ୍ତର୍ଗତ ତେଲ ନଦୀ ବ୍ରିଜ‌ ଉପରେ ଗୁରୁବାର ଏକ ଅଭାବନୀୟ ଘଟଣ ଘଟିଛି। ୨ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ବ୍ରିଜ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ଥୁଆ ହୋଇଥିବାରୁ ଏପରି ସନ୍ଦେହ କରାଯାଉଛି। ଡେଇଁ ପଡ଼ିଥିବା ଯୁବତୀଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚି ସେମାନେ ୨ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ଦେଇଛନ୍ତି। ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦୁଇ ଯୁବତୀ ଏକ ସ୍କୁଟିରେ ଆସି ବ୍ରିଜ ଉପରେ ପହଞ୍ଚିଥିଲେ। ଏହାପରେ ଚପଲ ରଖି ୨ ଜଣ ନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ଗୁଡଭେଲା ପୁଲିସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସେମାନଙ୍କ ପତ୍ତା ମିଳି ପାରିନାହିଁ।  ତେବେ କ’ଣ ପାଇଁ ଦୁଇ ଭଉଣୀ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନି।

Comments are closed.