ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଗୁଡ଼ଭେଲା-ତୁଷୁରା ପରିଦର୍ଶନ

ଆହାର କେନ୍ଦ୍ରରେ ଆହାର ଖାଇଲେ : ରୋଗୀ ବାହାରୁ ଔଷଧ କିଣୁଥିବା ନେଇ ଅସନ୍ତୋଷ

ତୁଷୁରା : ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଗୁରୁବାର ଗୁଡ଼ଭେଲା ବ୍ଳକ ଓ ତୁଷୁରା ଏନଏସିର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଅପରାହ୍ନରେ  ତୁଷୁରା ପହଞ୍ଚି ମହୀପୁର ସେବାଶ୍ରମ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କେମିତି ଦିଆଯାଉଛି ସେନେଇ ଅନୁସନ୍ଧାନ କରିଥିଲେ। ଏହାପରେ ତୁଷୁରାସ ଡାକ୍ତରଖାନାକୁ ଯାଇ ସେଠାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ନେଇ ଡ଼ାକ୍ତର ଲଲାଟେନ୍ଦୁ ନାୟକଙ୍କ ସହିତ ଆଲୋଚନା କରି ରୋଗୀଙ୍କୁ ଔଷଧ କିଣିବା ପାଇଁ ମାର୍କେଟକୁ କାହିଁକି ପଠାଉଛନ୍ତି। ଔଷଧ କାହିଁକି ନାଇ ବୋଲି ପଚାରିଥିଲେ। ଏଥିରେ ଡ଼ାକ୍ତର ଔଷଧ କମ ଆସୁଥିବାରୁ ବାହାର ଦୋକାନରୁ କିଣିବା ପାଇଁ କହିଥିଲେ। ତାପରେ ରୋଗୀ ରହୁଥିବା ଇନଡ଼ୋର ୱାର୍ଡ଼କୁ ଯାଇ ଶଯ୍ୟାଗୁଡ଼ିକ କେମିତି ଅଛି ସେ ନେଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଯଦି ଔଷଧ କମ ହେଉଛି ତାହାହେଲେ ଅଧିକ ଔଷଧ ମଗାନ୍ତୁ ବୋଲି ଶ୍ରୀ ମେହର୍ଦ୍ଦା ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ଡ଼ାକ୍ତରଖାନା ଭିତରେ ଥିବା ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ କେମିତିକା ତିଆରି କରାଯାଇ ରୋଗୀଙ୍କୁ ଦିଆଯାଉଛି ସେ ନେଇ ପରଖିବା ସହ ଜିଲାପାଳ ଅରିନ୍ଦମ ଡ଼ାକୁଆଙ୍କ ସମେତ ଆହାର ଖାଦ୍ୟ ଖାଇଥିଲେ।

ଏହାପରେ ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ରୁଷୁଡ଼ା ସେବାଶ୍ରମ ସ୍କୁଲ କୁ ଯାଇ ହଷ୍ଟେଲ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ମାନକୁ ନେଇ ତର୍ଜମା କରିବା ପରେ ରୁଷୁଡ଼ା ଏଏନଏମ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହାପରେ ତେନ୍ତୁଲିଖୁଣ୍ଟି ପଞ୍ଚାୟତକୁ ଯାଇ ଚାଉଳ କିପରି ଭାବେ ବଣ୍ଟନ କରାଯାଉଛି ସେ ନେଇ ଟିକିନିଖିଭାବେ ପଚାରିଥିବା ସହ ଭତା ନେବା ପାଇଁ ଆସିଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। କୃଷି ବିଭାଗ ତଷୁରା ଡ଼ୁଙ୍ଗୁରିପାଳି ଗ୍ରାମରେ କରାଯାଇଥିବା ଧାନର ଧାଡ଼ିରୁଆ ଚାଷ ଖେତକୁ ଯାଇ ଅନୁ୍ମାନ କରିଥିଲେ। ଡ଼ାହିମାଲରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟକୁ ଯାଇ ହଷ୍ଟେଲରେ ଛାତ୍ରଛାତ୍ରୀମାନେ କିପରି ରହୁଛନ୍ତି ସେ ନେଇ ଆଲୋଚନା କରିବା ସହ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନକୁ ପରଖିଥିଲେ। ଗୁଡ଼ଭେଲା ପଂଚାୟତ ଅର୍ନ୍ତଗତ ଡ଼ୁଙ୍ଗିବାହାଲ ଗ୍ରାମର ନିର୍ମାଣ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ ।  ସେମାନେ ସରକାରୀ ଯୋଜନା ଠିକ ଭାବେ ପାଉଛନ୍ତି କି ନାହିଁ ଏବଂ ସେମାନଙ୍କ ଘର କୁ ଯାଇ କିପରି ରହୁଛନ୍ତି ସେ ନେଇ ଦେଖି ଥିଲେ। ଶେଷରେ ଗୁଡ଼ଭେଲା ଗୋଷ୍ଠା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ୱାର୍ଡ଼ ସମେତ ଔଷଧ ବିତରଣ ନେଇ ପଚାରିଥିଲେ। ଏଠାରେ ଉପସ୍ଥିତ ଲୋକେ ଗୁଡ଼ଭେଲା ଡ଼ାକ୍ତରଖାନାକୁ ଇନଚାର୍ଜ ମେଡ଼ିକାଳ ଅଫିସର ନ ଦିଆଯାଉ ସ୍ଥାୟୀ ମେଡ଼ିକାଲ ଅଧିକାରୀ ଦେବା ପାଇଁ ଦାବି କରିଥିଲେ। ଏହି ପରିଦର୍ଶନ ସମୟରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡ଼ାକୁଆ, ପିଡ଼ି ଡ଼ିଆରଡ଼ିଏ ମହେଶ୍ୱର ସ୍ୱାଇଁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟୀତ୍ୱରେ ଥିବା ଦୈତାରୀ ସାହୁ, ଜିଲା ଯେଗାଣ ଅଧିକାରୀ ଅଭିରାମ ପ୍ରଧାନ,ତୁଷୁରା ବିଦ୍ୟୁତ ବିଭାଗ ଏସଡ଼ିଓ ସଂଜୀବ ପାଢ଼ୀ,ବଲାଙ୍ଗିର ଡ଼ିଡ଼ିଏ ଅଫିସର ଯୋଜନା ଅଧିକାରୀ ସୁଧାକର ନନ୍ଦ, ଗୁଡ଼ଭେଲା ପୂର୍ବତନ ବିଡ଼ିଓ ରାମବିଲାଶ ମଙ୍ଗରାଜ ଓ ନୂତନ ବିଡ଼ିଓ ସୁର୍ଯ୍ୟକୁମାର ନାଏକ, ତୁଷୁରା ଏନଏସି କାର୍ଯ୍ୟ ନର୍ବିାହି ଅଧିକାରୀ ବିପିନ ବିହାରୀ ଦୀପ, ଜିଳ୍ଳଲ ଯୋଜନା ଅଧିକାରୀ ଏବଂ ବିଭିନ୍ନ ବିଭାଗର ଜିଲା ଅଧିକାରୀ ସମେତ ଗୁଡ଼ଭେଲା ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.