ଗମ୍ଭାରୀଗୁଡ଼ାରେ ଜଙ୍ଗଲୀ ଝିଣ୍ଟିକା ଆତଙ୍କ!

ତୁଷୁରା : ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ମହକୁମାରେ ଶନିବାର ଲୋକେ ପଙ୍ଗପାଳ ଲାଗିଲେ ବୋଲି ଗ୍ରାମରେ ଚର୍ଚ୍ଚା ହେବାରୁ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହା ଭମ୍ଭାରୀଗୁଡ଼ା ଗ୍ରାମ ପଞ୍ଚାୟତ ନିକଟ ସ୍କୁଲପଡ଼ାରୁ କେଲୋମୁଣ୍ଡା ଗ୍ରାମକୁ ଯାଉଥିବା ରାସ୍ତା ମଝିରେ ଥିବା ସିନ୍ଦୁର ନାଳ ତଟରେ ଥିବା ଏକ ଖଜୁରୀ ବୁଟାରେ ଶତାଧିକ ଝିଣ୍ଟିକା ଖଜୁରୀ ପତ୍ରରେ ଛାଇ ହୋଇଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ପଙ୍ଗପାଳ ଭଳି ଦେଖାଯାଉଥିବା ଏହି ଝିଣ୍ଟିକା ଯେଉଁ ପତ୍ରରେ ଲାଗିଥିଲେ ସେହିପତ୍ରକୁ ସମୁଲେ ଚରି ଧ୍ୱଂସ କରି ଦେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଲୋକେ ପଙ୍ଗପାଳ ଭାବି ଚାଷ ଧ୍ୱଂସ କରିବେ ବୋଳି ଗାଁରେ ଆତଙ୍କ ଖେଲିଯାଇଥିବା ସହ ଏହାକୁ ଦେଖିବାକୁ ଲୋକଙ୍କ ସୂଅ ଛୁଟିଥିଲା। ଏ ନେଇ ବ୍ଳକ ସହ କୃଷୀ ଅଧିକାରୀ ପ୍ରମୋଦ ବଡ଼ପଣ୍ଡାଙ୍କ ମତାମତ ନିଆଯିବାରୁ ସେ ଏହି ଝିଣ୍ଟିକାକୁ କୃଷି ବିଷାରଦଙ୍କୁ ଦେଖାଇ ଜାଣିବାକୁ ପାଇଲେ ଯେ, ଏହା ଏକପ୍ରକାର ଜଙ୍ଗଲୀ ଝିଣ୍ଟିକା। ଏମାନେ ବର୍ଷା ସମୟରେ ବାହାରନ୍ତି ଓ ପରେ ଲୁପ୍ତ ହୋଇଯାଉଥିବା ସୂଚନା ଦେଇଥିଲେ। ପଙ୍ଗପାଳମାନେ ସାମାନ୍ୟ ଗୋଳାପୀ ରଙ୍ଗର ହେଉଥିବାବେଳେ ଏହ କଲା ଓ ମାଟିଆ ରଙ୍ଗର ଛୋଟ ଛୋଟ ଝିଣ୍ଟିକା ଥିବା କହିଥିଲେ। ତେଣୁ ଏହା କୌଣସି ପଙ୍ଗପାଳ ନୁହେଁ କେହି ବି ଭ୍ରମରେ ପଡ଼ି ନ ଡ଼ରିବା ପାଇଁ ଚାଷୀମାନଙ୍କୁ କୁହାଯାଇଛି ।

 

 

Comments are closed.