ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଭ୍ୟାସ ପ୍ରଦର୍ଶନ

ତୁରୁମୁଙ୍ଗା ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

 ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀଙ୍କ ତାଲିମ ଶିବିର ଅବସରରେ ଆଜି ପାଟଣା ଅଗ୍ନିଶମ ବାହିନୀ ପକ୍ଷରୁ ଅଭ୍ୟାସ (ମକଡ୍ରିଲ) ପ୍ରଦର୍ଶନ କରାଯାଇଛି । ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ମାନେ ନିଆଁ ଲାଗିଲେ ଲିଭାଇବାର କୌଶଳ, ଉଦ୍ଧାର କାର୍ଯ୍ୟ, ଅଗ୍ନି ଦୁର୍ଘଟଣାରୁ ରକ୍ଷା କୌଶଳ, ଉଚ୍ଚ ଅଟ୍ଟାଳିକାରୁ ପୀଡ଼ିତଙ୍କୁ ଉଦ୍ଧାର କାର୍ଯ୍ୟ, ନିଆଁ ନ ଲାଗିବା ସତର୍କତା ସହ ବନ୍ୟା, ବାତ୍ୟା, ଦୁର୍ଘଟଣା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନ ଜୀବନର ସୁରକ୍ଷା ପାଇଁ ଆବଶ୍ୟକ କୌଶଳ ସମ୍ପର୍କରେ ଶିବିରାର୍ଥି ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶନଗତ ତାଲିମ ପ୍ରଦାନ କରିଥିଲେ। ଏହା ସହ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କିଭଳି ନିଆଁକୁ ଲିଭାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ । ସେହିପରି ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର କିଭଳି ବ୍ୟବହାର କରିବେ ସେ ସମ୍ପର୍କରେ ପ୍ରଦର୍ଶନଗତ ଶିକ୍ଷା ପ୍ରଦାନ କରିଥିଲେ। ଅଗ୍ନିଶମ କେନ୍ଦ୍ର ଅଧିକାରୀ ମନୋରଞ୍ଜନ ମହାନ୍ତଙ୍କ ସହ ମୁଖ୍ୟ ଆଗ୍ନିକ ଚାନ୍ଦ ରାୟ ସୋରେନ, ହାବିଲଦାର ସୁଶାନ୍ତ ନାୟକ, ମଳୟ ମାଲିକ , ଆଗ୍ନିକ ଯତୀନ୍ଦ୍ର ଭୋଇ, ଦୀପକ ନାୟକ , ଅକ୍ଷୟ କୁମାର ରାଜ ଓ ସୋମଦେବ ଦେହୁରୀ ପ୍ରମୁଖ ଏହି ମକଡ୍ରିଲ ପ୍ରଦର୍ଶନ କରିଥିଲେ ।

Comments are closed.