ତୁରୁମୁଙ୍ଗା ବଜାରରୁ ବ୍ୟାଙ୍କ ପାସବୁକ ସହ ଟଙ୍କା ଲୁଟ

କେନ୍ଦୁଝର ଜିଲା ତୁରୁମୁଙ୍ଗା ବଜାରରୁ ସାଇକେଲରେ ଥିବା ଟଙ୍କା ସହ ବ୍ୟାଙ୍କ ପାସବୁକ ନେଇ ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ । ଆଜି ଅପରାହ୍ନରେ ବାରିଆ ଥାନା କାଉଁରିକଳା ଗ୍ରାମର ଲକ୍ଷ୍ମୀଧର ବାରିକ ନାମକ ଜଣେ ବ୍ୟକ୍ତି ତୁରୁମୁଙ୍ଗା କୋଅପରେଟିଭ ବ୍ୟାଙ୍କରୁ ପ୍ରଥମେ ୨୦ ହଜାର ଟଙ୍କା ଉଠାଇ ଥିଲେ । ଏହା ପରେ ସେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୧୦ ହଜାର ଟଙ୍କା ଉଠାଇ ପାସବୁକ ସହ ବ୍ୟାଗଟି ନିଜ ସାଇକେଲରେ ରଖିଥିଲେ । ତେବେ ସେ ବ୍ୟାଙ୍କ ନିକଟ ଜେରକ୍ସ ଦୋକାନରୁ ଏକ ଡଟପେନ୍ କିଣିବା ପାଇଁ ଯିବା ସମୟରେ ସାଇକେଲରେ ଥିବା ବ୍ୟାଗଟି କୌଣସି ଦୁବୃର୍ତ୍ତ ନେଇ ଫେରାର ହୋଇଯାଇଛି । ଏନେଇ ଲକ୍ଷ୍ମୀଧର ବାରିକ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.